ନୂଆଦିଲ୍ଲୀ ୧୬।୮: ମହାକାଶଯାତ୍ରୀ ଶୁଭାଂଶୁ ଶୁକ୍ଳା ୧୭ ଅଗଷ୍ଟ ରବିବାର ଭାରତ ଫେରିବେ। ରାଜଧାନୀ ଦିଲ୍ଲୀରେ ଜାତୀୟ ଅନ୍ତରୀକ୍ଷ ଦିବସ (ଅଗଷ୍ଟ ୨୨ ଓ ୨୩ ତାରିଖ) କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଅଗଷ୍ଟ ୨୫ ତାରିଖ ଦିନ ତାଙ୍କ ଗୃହ ସହର ଲକ୍ଷ୍ନୌ ପହଞ୍ଚିବେ, ଯେଉଁଠି ତାଙ୍କର ଐତିହାସିକ ସ୍ୱାଗତ କରାଯିବ। ମହାକାଶଚାରୀ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ୧୮ ଦିନ ବିତାଇ ନିକଟରେ ପୃଥିବୀକୁ ଫେରିଛନ୍ତି।
ଶୁଭାଂଶୁ ଶୁକ୍ଳା୍ ଗତ ୧ ବର୍ଷ ହେଲା ଆମେରିକାରେ ରହି ଏକ୍ସିଅମ-୪ ମିସନ ଟ୍ରେନିଂ ନେଉଥିଲେ। ୨୫ଜୁନ ୨୦୨୫ରେ ଫ୍ଲୋରିଡାରୁ ସ୍ପେସ୍ ଏକ୍ସ ଡ୍ରାଗନ କ୍ୟାପସୁଲରେ ଯାତ୍ରା କରି ଜୁନ ୨୬ ତାରିଖ ଦିନ ଆଇଏସଏସ୍ ରେ ପହଞ୍ଚିଥିଲେ। ଶୁକ୍ଲାଙ୍କ ସହିତ ଆମେରିକୀୟ ମହାକାଶଯାତ୍ରୀ ପେଗୀ ହ୍ୱିଟସନ, ପୋଲାଣ୍ଡର ସ୍ଲାଭୋସ ଉଜ୍ନାଂସ୍କି-ଭିସ୍ତ୍ରିଭସ୍କି ଓ ହଙ୍ଗେରୀର ଟିବର କାପୁଙ୍କ ସହିତ ଆଇଏସଏସରେ ବୈଜ୍ଞାନିକ ପ୍ରୟୋଗ ଓ ଶୈକ୍ଷିକ ଗତିବିଦ୍ଧିକୁ ସଫଳ କରିଥିଲେ। ଜୁଲାଇ ୧୫ରେ ମିସନ ସମାପ୍ତି ପରେ ସେ ପୁଣି ପୃଥିବୀକୁ ଫେରି ଆସିଛନ୍ତି।
ଆମେରିକାରୁ ଭାରତ ଫେରିବା ପୂର୍ବରୁ ଶୁଭାଂଶୁ ଶୁକ୍ଳା ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଅନ୍ତରୀକ୍ଷ ସହଯୋଗୀଙ୍କ ଠାରୁ ବିଦାୟ ନେବା ତାଙ୍କୁ ଭାବୁକ କରିଛି। ତେବେ ଦେଶ ଓ ପରିବାରକୁ ଭେଟିଭାର ଖୁସି ଏହାଠୁ ବେଶ୍ ଅଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ଲାଲ କିଲ୍ଲା ଭାଷଣରେ ଶୁଭାଂଶୁ ଶୁକ୍ଳାଙ୍କୁ ଉଲ୍ଲେଖ କରିଥିଲେ। କହିଥିଲେ ଶୁଭାଂଶୁଙ୍କ ମହାକାଶ ଯାତ୍ରା ଭାରତର ମହାକାଶ କାର୍ଯ୍ୟକ୍ରମ ଲାଗି ବଡ ପ୍ରେରଣା। ଭାରତ ଫେରିବା ପରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ।
As I sit on the plane to come back to India I have a mix of emotions running through my heart. I feel sad leaving a fantastic group of people behind who were my friends and family for the past one year during this mission. I am also excited about meeting all my friends, family… pic.twitter.com/RGQwO3UcQr
— Shubhanshu Shukla (@gagan_shux) August 16, 2025