ନୂଆଦିଲ୍ଲୀ 10/05 : ଭାରତୀୟ ସେନା ପ୍ରତିଶୋଧ ସ୍ୱରୂପ ଜମ୍ମୁ ନିକଟରେ ପାକିସ୍ତାନୀ ପୋଷ୍ଟ ଏବଂ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ଧ୍ୱଂସ କରିଛି ଭାରତୀୟ ସେନା। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ପାକିସ୍ତାନରେ ଥିବା ଅତି କମରେ ଚାରୋଟି ବାୟୁସେନା ଘାଟିକୁ ଭାରତୀୟ ସେନା ଟାର୍ଗେଟ କରିଥିଲେ। ଏହି ସମୟରେ, ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନ ପଟୁ ଆକ୍ରମଣ କରୁଥିବା ମଧ୍ୟ ସୂଚନା ମିଳିଛି। ପାକିସ୍ତାନ ରାତିସାରା ଗୁଳିବର୍ଷା ଜାରି ରଖିଛି। କୁପୱାଡ଼ାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା। ଏହି ଗୁଳିବର୍ଷାରେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।
ପାକିସ୍ତାନରେ ଶନିବାର ସକାଳେ ଅନେକ ଏୟାରବେସ୍ ରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ରାୱଲପିଣ୍ଡିରେ ନୁରଝାନ୍ ଏୟାରବେସ୍, ଚକୱାଲରେ ମୁରିଦ୍ ଏୟାରବେସ୍ ଏବଂ ଝାଙ୍ଗରେ ରଫିକି ଏୟାରବେସ୍ ସମେତ ତିନୋଟି ବାୟୁସେନା ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା ବୋଲି ପାକିସ୍ତାନର ସେନା ଦାବି କରିଛି। ନୁରଜାହାନ୍ ଏୟାରବେସ୍ ହେଉଛି ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଯାହା ବାୟୁସେନା ଅପରେସନ୍ ଏବଂ ଭିଆଇପି ପରିବହନ ପାଇଁ ବ୍ୟବହୃତ ହୁଏ। ପୂର୍ବରୁ ଚକଲାଲା ବାୟୁ ଘାଟି ଭାବରେ ଜଣାଶୁଣା, ଏହା ପାକିସ୍ତାନର ସାମରିକ ମୁଖ୍ୟାଳୟ ନିକଟରେ ଅବସ୍ଥିତ। ଯାହାର ଦୂରତା ଇସଲାମାବାଦରୁ 10 କିଲୋମିଟରରୁ ବି କମ୍ ।
ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାତିରେ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ସହିତ ୨୬ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ହମଲା କରିଥିଲା । ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜାମ୍ମୁ, ଫୀରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜଟ୍ଟା, ଜୈସଲମେର, ବର୍ମର, ଭୁଜ, କୁଆରବେଟ, ଏବଂ ଲାଖି ନାଲାରେ ଡ୍ରୋନରେ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାନର ପ୍ରତିଟି ଆକ୍ରମଣକୁ ଭାରତୀୟ ସେନା ସଫଳତା ସହ ବିଫଳ କରିଥିଲେ । ପାକିସ୍ତାନ ଡ୍ରୋନକୁ ଆକାଶରେ ହିଁ ଇଣ୍ଟରସେପ୍ଟ କରାଯାଇଥିଲା ।