ଗୌହାଟୀ ୨୨/୧୧ : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ହାରି ସାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସବୁ ଶକ୍ତି ଖଟାଇ ଏହି ମ୍ୟାଚ ଜିତିବାକୁ ହେବ । ଦକ୍ଷିଣ ଆଫ୍ରିକା ଅତି କମ୍ରେ ମ୍ୟାଚ୍ ଡ୍ର’ ରଖି ସିରିଜ ବିଜୟ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ଫଳରେ ଆଗାମୀ ୫ଦିନ ଧରି ବର୍ଷାପଡ଼ା ଗ୍ରାଉଣ୍ଡ୍ରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ ।

ଗୌହାଟୀରେ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉଛି । ତେଣୁ ପିଚ୍ଠୁ ଆରମ୍ଭ କରି ସ୍ଥାନୀୟ ଜଳବାୟୁ ମଧ୍ୟ ଉଭୟ ଦଳ ପାଇଁ ନୂଆ ଅନୁଭୂତି ଆଣିବ । ଏହି ଅଞ୍ଚଳରେ ଆଗୁଆ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହୋଇଥାଏ । ତେଣୁ ପିଚ୍ ସହ ଏଠାରେ ପରିସ୍ଥିତି ଓ ପରିବେଶ ମଧ୍ୟ ପ୍ରଭାବ ପକାଇବ । ଅଧଘଣ୍ଟାଏ ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ଅଧିବେଶନ ପରେ ଚା’ପାନ ବିରତି ଓ ଦ୍ୱିତୀୟ ଅଧିବେଶନ ପରେ ମଧ୍ୟାହ୍ନ ଭୋଜନ ବିରତିର ନିଆରା ଅନୁଭୂତି ନେବେ ଉଭୟ ଦଳର ଖେଳାଳି ।

ପ୍ରଥମ ଟେଷ୍ଟରେ ମାତ୍ର ୩ଟି ବଲ୍ ଖେଳି ଆହତ ହୋଇଥିବା ଶୁଭମନ ଗିଲ୍ ଏପର୍ଯ୍ୟନ୍ତ ଫିଟ୍ ହୋଇ ନଥିବାରୁ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ । ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇ ପଠାଇବାକୁ ମଧ୍ୟ ବିସିସିଆଇ ନିର୍ଦ୍ଦେଶ ଦେଇଛି । ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ନେତୃତ୍ୱ ନେବେ । ସେ ଭାରତର ୩୮ତମ ଅଧିନାୟକ ଭାବେ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗିଲଙ୍କ ଅନୁପସ୍ଥିତିରେ ସାଇ ସୁଦର୍ଶନ ଏକାଦଶକୁ ଫେରିବା ନିଶ୍ଚିତ । ସେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଗିଲଙ୍କ ୪ନଂ ସ୍ଥାନ ଧ୍ରୁବ ଜୁରେଲଙ୍କୁ ମିଳିବ ।

ସୁଦର୍ଶନଙ୍କ ବ୍ୟତୀତ ଯୁବ ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଏକାଦଶକୁ ଫେରିବା ଆଶା କରାଯାଉଛି । ସେ ଅକ୍ଷର ପଟେଲଙ୍କ ସ୍ଥାନରେ ଖେଳିବେ । ଏହା ପଛରେ ଏକ ବଡ଼ କାରଣ ରହିଛି । ପ୍ରଥମ ଟେଷ୍ଟରେ ଭାରତ ୬ଜଣ ବାମ ହାତି ବ୍ୟାଟର ନେଇ ଖେଳିଥିଲା । ଏଥର ସୁଦର୍ଶନ ସପ୍ତମ ବାମ ହାତି ବ୍ୟାଟର ହେବେ । ତେଣୁ ଜଣେ ବାମ ହାତି ବ୍ୟାଟରଙ୍କୁ ବାଦ୍ ଦେଇ ଡାହାଣ ହାତି ବ୍ୟାଟର ଭାବେ ନୀତିଶଙ୍କୁ ଖେଳାଇବ