LIVE TV

ଭାରତ-ପାକିସ୍ତାନ ସୁପର ସନଡେ ମୁକାବିଲା , ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

NEWS7
-

ନୂଆଦିଲ୍ଲୀ – ଭାରତ ଓ ପାକିସ୍ତାନର ଟିମ୍‌ ଏସିଆ କପ୍‌ ୨୦୨୫ରେ ସପ୍ତାହ ଭିତରେ ଲଗାତାର ଦ୍ୱିତୀୟ ଥର ମୁକାବିଲା ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଓ ପାକିସ୍ତାନର ଟିମ୍‌ ଉଭୟ ଦୁଇଟି ପରିବର୍ତ୍ତନ କରିଛନ୍ତି। ଜସପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ବର୍ଷିତ ରାଣା ଓ ଅର୍ଶଦୀପଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳି ନାହିଁ । ସେପଟେ ପାକିସ୍ତାନ ହସନ ନୱାଜ ଓ ଖୁଶଦିଲ ଶାହଙ୍କୁ ବାହାରର ରାସ୍ତା ଦେଖାଇଛି।

​​​​​​​ଭାରତ (ପ୍ଲେଇଂ ଇଲେଭନ) – ଅଭିଷେକ ଶର୍ମା , ଶୁଭମନ ଗିଲ୍, ସଞ୍ଜୁ ସାମସନ (ୱିକେଟକିପର) , ସୂର୍ଯ୍ୟକୁମାର ଯାଦବ (ଅଧିନାୟକ) , ତିଳକ ବର୍ମା , ଶିଭମ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ଅକ୍ଷର ପଟେଲ , ଜସପ୍ରୀତ ବୁମରା , କୁଳଦୀପ ଯାଦବ , ବରୁଣ ଚକ୍ରବର୍ତ୍ତୀ

ପାକିସ୍ତାନ ((ପ୍ଲେଇଂ ଇଲେଭନ) – ସଇମ ଅୟୁବ, ସାହିବଜାଦା ଫରହାମ, ଫଖର ଜମାନ , ସଲମାନ ଆଗା (ଅଧିନାୟକ) , ହୁସୈନ ତଲତ , ମହମ୍ମଦ ହାରିସ (ୱିକେଟକିପର) , ମହମ୍ମଦ ନୱାଜ, ଫହିମ ଅଶରଫ , ଶାହିନ ଆଫ୍ରିଦୀ , ହାରିସ୍ ରଉଫ୍‌ , ଅବରାର ଅହମ୍ମଦ