ମୁନୀରଙ୍କ ପରମାଣୁ ଧମକ ଉପରେ ଆମେରିକାକୁ ଆଇନା ଦେଖାଇଲା ଭାରତ

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ: ଆମେରିକା ମାଟିରୁ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନରୀଙ୍କ ପରମାଣୁ ଧମକ ଉପରେ ଭାରତ ସରକାର କଡ଼ ପ୍ରତିକ୍ରିୟା ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ଭାରତ କେବଳ ପାକିସ୍ତାନ ନୁହେଁ ବରଂ ଆମେରିକାକୁ ବି ଆଇନା ଦେଖାଇଛି । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ବୟାନ ଜାରି କହିଛି, ଆମେରିକା ଗସ୍ତ ବେଳେ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ବୟନ ଆମ ନଜରକୁ ଆସିଛି । ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ । ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏହିପରି ଦାୟିତ୍ୱହୀନ ବୟାନ ଉପରେ ଚିନ୍ତା କରି ଏହାର କିଛି ଗୋଟେ ପରିଣାମ ବାହାର କରିବା ଦରକାର । ପାକିସ୍ତାନ କେବଳ ଆଞ୍ଚଳିକ ସୁରକ୍ଷା ପାଇଁ ନୁହେଁ ବରଂ ବୈଶ୍ୱିକ ସୁରକ୍ଷା ପାଇଁ ମଧ୍ୟ ବିପଦ ଅଟେ ।

ଭାରତ ସରକାର କହିଛନ୍ତି, ଏହା ମଧ୍ୟ ଦୁଃଖଦ ଯେ ଏକ ବନ୍ଧୁ ରାଷ୍ଟ୍ରର ମାଟିରୁ ଏପରି ବୟାନ ଦିଆଯାଇଛି । ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ସେ ଏଭଳି ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିବ ନାହିଁ । ଆମେ ଆମର ଜାତୀୟ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବୁ ।

ଏହା ପୂର୍ବରୁ ଭାରତ ସରକାରଙ୍କ ଜଣେ ଅଧିକାରୀ ମୁନୀରଙ୍କ ପରମାଣୁ ଧମକ ସହ ଜଡ଼ିତ ବୟାନ ଅତ୍ୟନ୍ତ ଦାୟିତ୍ୱହୀନ । ସରକାର କହିଛନ୍ତି ଯେ ଏହିପରି ବୟାନ ଦ୍ୱାରା ପାକିସ୍ତାନ କ୍ଷେତ୍ରୀୟ ଓ ବିଶ୍ୱର ସୁରକ୍ଷାକୁ ବିପଦରେ ପକାଉଛି । ପାକିସ୍ତାନର ପରମାଣୁ କ୍ଷମତାକୁ ନେଇ ଦୁନିଆ ଚିନ୍ତା କରିବା ଦରକାର । ଭାରତ ସରକାର କହିଛନ୍ତି ଯେ ପାକିସ୍ତାନୀ ଆର୍ମି ମୁଖ୍ୟଙ୍କ ବୟାନ ସେହି ପ୍ୟାଟର୍ଣ୍ଣର ଅଂଶ, ଯେଉଁଥିରେ ସେ ଅବାନ୍ତର କଥା କୁହନ୍ତି । ଯେବେ ବି ଆମେରିକା, ପାକରିସ୍ତାନୀ ସେନାକୁ ସାହାଯ୍ୟ କରେ, ସେତେବେଳେ ପଡ଼ୋଶୀ ଦେଶ ତାର ରଙ୍ଗ ଦେଖାଇଥାଏ । ଏହା ସଂକେତ ଦେଉଛି ଯେ ପାକିସ୍ତାନରେ ଗଣତନ୍ତ୍ର ନାହିଁ, ସେଠାରେ ସେନା ହିଁ ସବୁକିଛି ନିୟନ୍ତ୍ରଣ କରୁଛି ।

ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ଆମେରିକା ମାଟିରୁ ପରମାଣୁ ଧମକ ଦେଇ କହିଥିଲେ । ସେ କହିଥିଲେ, ଯଦି ଇସଲାମାବାଦକୁ ଭାରତଠାରୁ ଅସ୍ତିତ୍ୱର ବିପଦ ଅନୁଭବ ହୁଏ, ତେବ ଅଧା ଦୁନିଆକୁ ନିଜ ସହ ନେଇ ବୁଡ଼ିବ । ଆମେରିକାର ଟେମ୍ପାରେ ଆୟୋଜିତ ରାତ୍ର ଭୋଜନ କାର୍ଯ୍ୟକ୍ରମରେ ମୁରୀ କହିଥିଲେ, ଆମେ ପରମାଣୁ ସମ୍ପନ୍ନ ରାଷ୍ଟ୍ର । ଯଦି ଆମେ ବୁଡ଼ିବୁ, ତେବେ ଅଧା ଦୁନିଆକୁ ନେଇ ବୁଡ଼ିବୁ । 

ଆମେରିକା ଗସ୍ତରେ ମୁନୀର ସିନ୍ଦୁ ଜଳ ନିୟନ୍ତ୍ରଣକୁ ନେଇ ଭାରତକୁ ଫମ୍ପା ଧମକ ଦେଇଥିଲେ । ସେ କହିଥିଲେ ଯେ ଆମେ ଭାରତ ଦ୍ୱାରା ନଦୀ ବନ୍ଧ ନିର୍ମାଣକୁ ଅପେକ୍ଷା କରିବୁ । ଯେତେବେଳେ ବନ୍ଧ ନିର୍ମାଣ ହୋଇଯିବ, ଆମେ ୧୦ ମିସାଇଲ୍ ମାରି ନଷ୍ଟ କରିଦେବୁ । ଆମ ପାଖରେ ମିସାଇଲର ଅଭାବ ନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.