LIVE TV

ଆଶା ଅଛି ପାରସ୍ପାରିକ ହିତର ଧ୍ୟାନ ରଖାଯିବ...ସାଉଦୀ-ପାକିସ୍ତାନ ବୁଝାମଣା ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା

NEWS7
RANDHEER

​​​​​​​ନୂଆଦିଲ୍ଲୀ: ସାଉଦୀ ଆରବ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରଣନୈତିକ ପାରସ୍ପାରିକ ପ୍ରତିରକ୍ଷା ବୁଝାମଣା ଉପରେ ଶୁକ୍ରବାର ଭାରତ ପ୍ରତିକ୍ରିୟା ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଓ ସାଉଦୀ ମଧ୍ୟରେ ରଣନୀତିକ ବୁଝାମଣା ରହିଛି, ଯାହା ଲଗାତାର ଗଭୀର ହେବାରେ ଲାଗିଛି । ରଣନୀତିକ ବୁଝାମଣାରେ ପାରସ୍ପାରିକ ହିତକୁ ଦୃଷ୍ଟିରେ ରଖାଯିବ । ପାକିସ୍ତାନ ଓ ସାଉଦୀ ଆରବ ମଧ୍ୟରେ ଡିଲ୍ ଅନୁଯାୟୀ, ଯଦି ଦୁଇ ଦେଶ ମଧ୍ୟରୁ ଜଣଙ୍କ ଉପରେ ଆକ୍ରମଣ ହୁଏ ତେବେ ତାହା ଦୁଇ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ । ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଠିକଣା ଓ ଏୟାରବେସକୁ ଭାରତ ଧ୍ୱଂସ କରିଥିଲା, ଯାହାପରେ ସାଉଦୀ ଓ ପାକିସ୍ତାନ ମଧ୍ୟରେ ଏହି ବୁଝାମଣାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ସାଉଦୀ-ପାକିସ୍ତାନ ଡିଲ୍ ଉପରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଓ ସାଉଦୀ ଆରବ ମଧ୍ୟରେ ବ୍ୟାପକ ରଣନୀତିକ ବୁଝାମଣା ରହିଛି, ଯାହା ଗତ ଅନେକ ବର୍ଷରେ ଅଧିକ ଗଭୀର ହୋଇଛି । ଆମ ଆଶା କରୁଛୁ ଯେ ଏହି ରଣନୀତିକ ବୁଝାମଣା ପାରସ୍ପାରିକ ହିତ ଓ ସମ୍ୱେନ୍ଦନଶୀଳତାକୁ ଧ୍ୟାନରେ ରଖାଯିବ । ଏହା ପୂର୍ବରୁ ରଣଧୀର ଜୟସ୍ୱାଲ କହିଥିଲା ଯେ ଏହି ପଦକ୍ଷେପର ଭାରତର ରାଷ୍ଟ୍ରୀୟ ସୁରକ୍ଷା ସହ କ୍ଷେତ୍ରୀୟ ଓ ବୈଶ୍ୱିକ ସ୍ଥିରତା ଉପରେ ପଡ଼ିବାକୁ ଥିବା ପ୍ରଭାବର ଅଧ୍ୟକ୍ଷ କରିବ । ସେ କହିଥିଲେ, ସରକାର ଭାରତର ରାଷ୍ଟ୍ରୀୟ ହିତର ରକ୍ଷା ଓ ସମସ୍ତ କ୍ଷେତ୍ରରେ ବ୍ୟାପକ ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ।   

ସେପଟେ ଇରାନର ଚାବାହାର ବନ୍ଦର ଉପରୁ କଟକଣା କୋହଳ ପ୍ରତ୍ୟାହାର ନେଇ ଆମେରିକାରର ଘୋଷଣା ଉପରେ ବି ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଏହି ନିଷ୍ପତ୍ତିର ପ୍ରଭାବର ଅନୁଧ୍ୟାନ କରୁଛି । ଭାରତର ଆଞ୍ଚଳିକ ସଂଯୋଗ ଏବଂ ବାଣିଜ୍ୟ ପାଇଁ ଚାବାହାର ବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାତାର ଏବଂ ୟୁଏଇ ସହିତ ସମ୍ପର୍କ ଉପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ବ୍ୟାପକ ଏବଂ ସୁଦୃଢ଼ । ସାଉଦି-ପାକିସ୍ତାନ ପ୍ରତିରକ୍ଷା ଚୁକ୍ତିନାମାରେ କାତାର ଏବଂ UAEର ସମ୍ଭାବ୍ୟ ଅଂଶଗ୍ରହଣ ବିଷୟରେ, ଭାରତ କହିଛି ଯେ ଏହା ଏହି ଦେଶଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛି ।