ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରିଛି। ଶାନ୍ତି ହାସଲ ପାଇଁ ସେମାନଙ୍କ ନେତୃତ୍ୱକୁ "ଅତ୍ୟନ୍ତ ପ୍ରଶଂସନୀୟ" ଶନିବାର ଭାରତ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି "ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ଅନୁଷ୍ଠିତ ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରୁଛି। ଶାନ୍ତି ହାସଲ ପାଇଁ ସେମାନଙ୍କର ନେତୃତ୍ୱ ଅତ୍ୟନ୍ତ ପ୍ରଶଂସନୀୟ।"
ୟୁକ୍ରେନ ବିବାଦର ସମାଧାନ ପାଇଁ କୂଟନୀତିର ଗୁରୁତ୍ୱ ଉପରେ ମଧ୍ୟ ନୂଆଦିଲ୍ଲୀ ଗୁରୁତ୍ୱାରୋପ କରିଛି। ଶିଖର ସମ୍ମିଳନୀରେ ହୋଇଥିବା ଅଗ୍ରଗତିକୁ ଭାରତ ପ୍ରଶଂସା କରୁଛି। ଆଗକୁ ବଢ଼ିବାର ରାସ୍ତା କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହୋଇପାରିବ। ବିଶ୍ୱ ୟୁକ୍ରେନରେ ସଂଘର୍ଷର ଶୀଘ୍ର ସମାପ୍ତି ଦେଖିବାକୁ ଚାହୁଁଛି।
ସେପେଟ ପୁଟିନଙ୍କ ସହିତ ଆଲୋଚନା କରିବା ପରେ ଟ୍ରମ୍ପଙ୍କ ସ୍ୱର ଋଷ ଓ ଏହାର ବ୍ୟବସାୟିକ ସହଯୋଗୀ ରାଷ୍ଟ୍ରଙ୍କ ପତି ନରମିଛି। ଦ୍ୱିତୀୟ ପର୍ଯ୍ୟାୟ କଟକଣା ଲାଗୁ କରିବାକୁ ବର୍ତ୍ତମାନ ହଠାତ୍ ସେ ଭାବୁ ନାହାନ୍ତି, ତେବେ ୨-୩ ସପ୍ତାହ ପରେ ହୁଏତ ସେ ଏ ବିଷୟରେ ଚିନ୍ତା କରିପାରନ୍ତି ବୋଲି ଟ୍ରମ୍ପ ଫକ୍ସ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ତେବେ ଆଲାସ୍କା ବୈଠକ ଭଲ ହେଲା। ମୁଁ ଏହାକୁ ୧୦ରୁ ୧୦ ଦେବି ବୋଲି ଟ୍ରମ୍ପ କହିଛନ୍ତି।