ଆରମ୍ଭ ହେବ ଆଉ ଏକ ଯୁଦ୍ଧ ? ମଧ୍ୟପ୍ରାଚ୍ୟ ଆଡ଼କୁ ମାଡ଼ି ଆସୁଛି ଆମେରିକାର ଯୁଦ୍ଧ ଜାହଜ

NEWS7
india-pakistan-war-considered-after-any-future-act-of-terror-

ନୂଆଦିଲ୍ଲୀ: ଇରାନରେ ପ୍ରବଳ ବିରୋଧ ଭିତରେ ଆମେରିକା ସହ ଉତ୍ତେଜନା ବଢିଛି । ମିଡିଆ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରୁଛନ୍ତି । ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ଆମେରିକୀୟ ଅଧିକାରୀଙ୍କ ବୟାନକୁ ନେଇ କହିଛି, ଟ୍ରମ୍ପ ଏପରି ସୈନ୍ୟ ବିକଳ୍ପର ପରାମର୍ଶ ଲୋଡ଼ିଛନ୍ତି, ଯାହା ନିର୍ଣ୍ଣାୟକ ହୋଇପାରେ । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପେଣ୍ଟାଗନ କାମ ଆରମ୍ଭ କରିସାରିଛନ୍ତି । ଏଥିରେ ଇରାନରେ ଶାସନ ପରିବର୍ତ୍ତନର ଯୋଜନା ମଧ୍ୟ ସାମିଲ ରହିଛି ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଶନିବାର ଏକ ଆମେରିକୀୟ ଯୁଦ୍ଧ ବୁଡ଼ା ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ମିଡିଲ୍ ଇଷ୍ଟ ପହଞ୍ଚିଯିବ । ଏହି ସବୁ କାରଣରୁ ଆମେରିକା ହଠାତ୍ ଇରାନ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିପାରେ । ଅନ୍ୟପଟେ ଇରାନ ନେତା ଜାଭେଦ ଅକବରୀ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଆମେରିକାର ସମସ୍ତ ସୈନ୍ୟ ଠିକଣା ଇରାନ ଟାର୍ଗେଟରେ ଅଛି । କେବଳ ଗୋଟିଏ ଆଦେଶରେ ଇରାନର କ୍ଷେପଣାସ୍ତ୍ର ଶତ୍ରୁ ଉପରେ କାଳ ହୋଇ ବର୍ଷିବାକୁ ପ୍ରସ୍ତୁତ ଅଛି ।

ଏହା ପୂର୍ବରୁ ଶୁକ୍ରବାର ଟ୍ରମ୍ପ କହିଥିଲେ ଯେ ଆମେରିକା ଯୁଦ୍ଧ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଆରବ ସାଗରେ ଦ୍ରୁତ ଗତିରେ ଇରାନ ଆଡ଼କୁ ଅଗ୍ରସର ହେଉଛି । ଇରାନର ଅନେକ ସହର ଏହାର ପରିସରରେ ଅଛି । ଏବେ ଦାବି କରାଯାଉଛି ଯେ ଏହି ଜାହାଜ ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ଜୋନରେ ପହଞ୍ଚିସାରିଛି । ଏହା ସହିତ ଆମେରିକୀୟ ସି-୩୭ ବି ଏୟାରକ୍ରାଫ୍ଟ ମଧ୍ୟ ଇରାନର ଉତ୍ତର ତୁର୍କମେନିସ୍ତାନର ଅସଗାବାଦ ବେସରେ ପହଞ୍ଚିଛି ।

ୟୁଏସଏସ ଆବ୍ରାହମ ଲିଙ୍କନ ସହ ଅନେକ ଡିଜାଷ୍ଟର ଜାହାଜ ଓ ପରମାଣୁ ବୁଡ଼ାଜାହାଜ ମଧ୍ୟ ଚାଲିଛି । ରୟଟର୍ସର ରିପୋର୍ଟ ଅନୁସାରେ, ଆମେରିକୀୟ ବାୟୁ ସେନାର ଜର୍ଡନରେ ଅତି କମରେ ୧୨ ଏଫ୍- ୧୫ ଫାଇଟର୍ ଜେଟ୍ସ ମୁତୟନ କରିଛି । ଆମେରିକୀୟ ଅଧିକାରୀଙ୍କ କହିବା କଥା ଏବେ ଆହୁରି ଯୁଦ୍ଧ ବିମାନ ରାସ୍ତାରେ ରହିଛି ।