ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ EV ଗାଡି, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତର

NEWS7
india-moves-towards-6g-pm-modi-launches-itus-area-office-and-6g-testing-bed

ଭୁବନେଶ୍ୱର ୦୪/୧୨: ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନା । ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗତକାଲି ପ୍ରାଇଭେଟ୍ ମେମ୍ବର ବିଲ୍ କାହିଁକି ନିଆଗଲା ନାହିଁ କହି ଗୃହରେ କଂଗ୍ରେସର ପ୍ରତିବାଦ ।

ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଥିଲା ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ , ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରବଳ ନାରାବାଜି ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ । ଗତକାଲି ପ୍ରାଇଭେଟ୍ ମେମ୍ବରସିପ ବିଲ ଆଲୋଚନା ହୋଇନଥିବାରୁ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ । ବୈଷୟିକ, ମେଡିକାଲ, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ ପାଇଁ କଂଗ୍ରେସ ଆଣିଥିଲା ସଂକଳ୍ପ ପତ୍ର ଯାହା ଉପରେ ଆଲୋଚନା ହୋଇ ନଥିଲା ।

ଏଥିସହ ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି ଦେଇ ସାରିଲେଣି ସରକାର । ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନାଙ୍କ ଲିଖିତ ଉତ୍ତର । ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି ଚାଲିଛି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ ଇଭି ଗାଡ଼ି କିଣା ଯାଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି ।