ମୁମ୍ୱାଇ ୧୫/୦୪: ୨୦୨୫ ଆଇପିଏଲ ପରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଯେଉଁଠାରେ ଦୁଇ ଦଳ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହା ପରେ, ଭାରତୀୟ ଦଳ ODI ଏବଂ T20 ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏହି ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି ।
ଟିମ୍ ଇଣ୍ଡିଆର ଏହି ଗସ୍ତ ଅଗଷ୍ଟ ୧୭ରୁ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍ ଅଗଷ୍ଟ ୩୧ରେ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ଧଳା ବଲ୍ ସିରିଜ୍ ହେବ । ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଓ ସମାନ ଟି-୨୦ ମ୍ୟାଚ୍ ର ସିରିଜ୍ ଖେଳିବ। ଏହି ଗସ୍ତ ODI ସିରିଜ ସହିତ ଆରମ୍ଭ ହେବ ।
ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୭ରେ ଖେଳାଯିବ । ପରେ, ଅଗଷ୍ଟ ୨୦, ପରେ ଅଗଷ୍ଟ ୨୩ରେ ODI ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପରେ, ୨୬ ଅଗଷ୍ଟ, ୨୯ ଅଗଷ୍ଟ ଏବଂ ଶେଷରେ ୩୧ ଅଗଷ୍ଟରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହି ଦ୍ୱିପାକ୍ଷିକ ସିରିଜ୍ ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀଙ୍କ ମଧ୍ୟରେ ବଢ଼ୁଥିବା କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି ମଜବୁତ କରିବ।
ପ୍ରଥମ ଦିନିକିଆ – ଅଗଷ୍ଟ ୧୭ (ମୀରପୁର)
ଦ୍ୱିତୀୟ ଦିନିକିଆ – ଅଗଷ୍ଟ ୨୦ (ମୀରପୁର)
ତୃତୀୟ ODI - ଅଗଷ୍ଟ ୨୩ (ଚଟୋଗ୍ରାମ୍)
ପ୍ରଥମ ଟି-୨୦ ମ୍ୟାଚ୍ – ୨୬ ଅଗଷ୍ଟ (ଚଟ୍ଟୋଗ୍ରାମ)
ଦ୍ୱିତୀୟ ଟି-୨୦ ମ୍ୟାଚ୍ – ଅଗଷ୍ଟ ୨୯ (ମୀରପୁର)
ତୃତୀୟ ଟି-୨୦ ମ୍ୟାଚ୍ – ୩୧ ଅଗଷ୍ଟ (ମୀରପୁର)