LIVE TV

ଭାରତ ପାକିସ୍ତାନ ସୁପର ୪ ମୁକାବିଲା: ଏଥର ବି ପାକିସ୍ତାନ କ୍ୟାପ୍ଟେନ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର ଯାଦବ

NEWS7
IND vs PAK, Asia Cup:

ଦୁବାଇ: ଏସିଆ କପ ୨୦୨୫ରେ ସୁପର ୪ ମୁକାବିଲାରେ ରବିବାର ପୁଣିଥରେ ସାମ୍ନାସାମ୍ନି ହୋଇଛନ୍ତି ଭାରତ ପାକିସ୍ତାନ। ଆଜିର ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ତେବେ ଟସ୍‌ ପରେ ସମସ୍ତଙ୍କ ନଜର ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ରହିଥିଲା। ସେ ଏଥର ହ୍ୟାଣ୍ଡସେକ୍ କରିବେ କି ନାହିଁ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ଏଥର ବି ସୂର୍ଯ୍ୟକୁମାର ପାକିସ୍ତାନ କ୍ୟାପ୍ଟେନ୍  ସଲମାନ ଅଲି ଆଘାଙ୍କ ସହିତ ହ୍ୟାଣ୍ଡସେକ୍ କରିନଥିଲେ।

ପୂର୍ବ ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ କ୍ୟାପ୍ଟେନ୍ ସହିତ ହାତ ମିଳାଇ ନଥିଲେ। ମ୍ୟାଚ୍ ଜିତିବା ପରେ ବି ଭାରତୀୟ କ୍ରିକେଟରମାନେ ହାତ ମିଳାଇ ନଥିଲେ। ଯାହାକୁ ନେଇ ବଡ଼ ବିବାଦ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ସାତ ୱିକେଟରେ ବିଜୟୀ ହୋଇଥିଲା। ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ ବିଜୟକୁ ପହଲଗାମ ପୀଡ଼ିତଙ୍କ ପାଇଁ ଡେଡିକେଟ୍ କରିଥିଲେ।

 

ରବିବାର ଖେଳାଯାଉଥିବା ମ୍ୟାଚ୍‌ରେ ଫାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଖବର ଲେଖାଯିବା ସୁଦ୍ଧା ପାକିସ୍ତାନ ୧୦ ଓଭରରେ ୯୩ ରନ୍ କରି ଦୁଇ ୱିକେଟ୍ ହରାଇଛି। ଅନ୍ୟପଟେ ଭାରତ ପକ୍ଷରୁ ଆଜି ଖୁବ୍ ଖରାପ ଫିଲ୍ଡିଂ କରିଛି। ଅଭିଷେକ ଶର୍ମା ଦୁଇଟି କ୍ୟାଚ୍ ଛାଡ଼ିଥିବା ବେଳେ କୁଲଦୀପ ଯାଦବ ଗୋଟିଏ କ୍ୟାଚ୍ ମିସ୍ କରିଥିଲେ। ଜୀବନଦାନ ପାଇବା ପରେ ପାକିସ୍ତାନ ବ୍ୟାଟରମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ପାକିସ୍ତାନ ପକ୍ଷରୁ ଶାହାବଜାଦା ପରହାନ ୫୩ ରନ୍ କରିଥିବା ବେଳେ ସାଇମ ଆୟୁବ ୨୧ ରନ୍ କରି ଆଉଟ୍ ହୋଇଛନ୍ତି।  

ଭାରତ (ପ୍ଲେଇଂ ଇଲେଭନ) ଅଭିଷେକ ଶର୍ମା , ଶୁଭମନ ଗିଲ୍, ସଞ୍ଜୁ ସାମସନ (ୱିକେଟକିପର) , ସୂର୍ଯ୍ୟକୁମାର ଯାଦବ (ଅଧିନାୟକ) , ତିଳକ ବର୍ମା , ଶିଭମ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ଅକ୍ଷର ପଟେଲ , ଜସପ୍ରୀତ ବୁମରା , କୁଳଦୀପ ଯାଦବ , ବରୁଣ ଚକ୍ରବର୍ତ୍ତୀ

ପାକିସ୍ତାନ ((ପ୍ଲେଇଂ ଇଲେଭନ) ସଇମ ଅୟୁବ, ସାହିବଜାଦା ଫରହାମ, ଫଖର ଜମାନ , ସଲମାନ ଆଗା (ଅଧିନାୟକ) , ହୁସୈନ ତଲତ , ମହମ୍ମଦ ହାରିସ (ୱିକେଟକିପର) , ମହମ୍ମଦ ନୱାଜ, ଫହିମ ଅଶରଫ , ଶାହିନ ଆଫ୍ରିଦୀ , ହାରିସ୍ ରଉଫ୍‌ , ଅବରାର ଅହମ୍ମଦ