ନୂଆଦିଲ୍ଲୀ ୧୭।୧୧; ଅମୀର ଖାନଙ୍କ ଭଣଜା ଏବଂ ଅଭିନେତା ଇମ୍ରାନ୍ ଖାନ୍ । ଦୀର୍ଘ ୧୦ ବର୍ଷ ପରେ ବଲିଉଡ୍କୁ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଦାନିଶ ଅସଲମଙ୍କ ଅପକମିଂ ପ୍ରୋଜେକ୍ଟରେ ତାଙ୍କୁ ଦେଖିବାକୁ ମିଳିବ । ନିକଟରେ ଏ ସଂପର୍କରେ ଏକ ସାକ୍ଷାତକାରରେ ଇମରାନ୍ କହିଛନ୍ତି ଯେ, ତାଙ୍କର ଆଗାମୀ ଫିଲ୍ମଟି ଦାନିଶଙ୍କ ସହ ସେ କରିଥିବା ‘ବ୍ରେକ୍ କେ ବାଦ୍’ ଫିଲ୍ମ ଭଳି । ଏହାର ସୁଟିଂ ଶେଷ ହୋଇସାରିଛି ।

ବର୍ତ୍ତମାନ ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି । ଥିଏଟର ବଦଳରେ ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ୍ ହେବାର ଅଛି । ଖୁବ୍ ଶୀଘ୍ର ରିଲିଜ୍ ତାରିଖ ଘୋଷଣା ହେବ । ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିବ । ଅଭିନେତା ଗୁରଫତେହ ପୀରଜାଦା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଇମରାନ୍ ଖାନଙ୍କୁ ଶେଷ ଥର ପାଇଁ ୨୦୧୫ରେ ଫିଲ୍ମ ‘କଟ୍ଟି ବଟ୍ଟି’ରେ ଦେଖିବାକୁ ମିଳିଥିଲା । ସେହି ଫିଲ୍ମ ପରେ ତାଙ୍କୁ ମିଳୁଥିବା ଚରିତ୍ର ପସନ୍ଦ ଆସୁନଥିବା କହି ସେ ଅଭିନୟ ଛାଡି ଦେଇଥିଲେ ।