ରାଜଧାନୀରେ ମାର୍କେଟିଂ କରିବାକୁ ଆସୁଥିଲେ ସାବଧାନ, ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ଵର: ରାଜଧାନୀରେ ରାସ୍ତା ଉପରେ ଗାଡ଼ି ରଖିଲେ ଉଠାଇ ନେଉଛି ପୋଲିସ । କମିଶନରେଟ୍ ପୋଲିସର ଟ୍ରାଫିକ୍ ଓ୍ବିଙ୍ଗ ପକ୍ଷରୁ ଚାଲିଛି ଫ୍ରି ଫ୍ଳୋ ରୋଡ୍ ପାଇଁ ସ୍ପେଶାଲ ଡ୍ରାଇଭ୍ । ଟୁଇନ୍ ସିଟିରେ ଟ୍ରାଫିକ୍ ଏସିପି ଓ IICଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଟ୍ରାଫିକ୍ ଜାମ୍ ଏଡ଼ାଇବା ସହ ଆମ୍ବୁଲାନ୍ସ ଚଳାଚଳ ସହଜ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଏଭଳି ଅଭିଯାନକୁ ଜୋରଦାର କରାଯାଇଛି । ଗତକାଲି ଗୋଟିଏ ଦିନରେ ଟ୍ବିନ୍ସିଟିରେ ବେଆଇନ୍ ପାର୍କିଂ ଓ ଟ୍ରାଫିକ୍ ନିୟମ ଉଲଂଘନ ପାଇଁ ୧୯୫୮ଜଣଙ୍କର କଟିଛି ଚାଲାଣ । କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲେ ବି ସାଧାରଣରେ ପାର୍କିଂ ବ୍ୟବସ୍ଥାକୁ ନେଇ ରହିଛି ଅସନ୍ତୋଷ । ଟ୍ବିନ୍ ସିଟିରେ ସବୁ ଜାଗାରେ ଆବଶ୍ୟକ ଅନୁସାରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଜନସାଧାରଣ ଗାଡ଼ି କେଉଁଠି ରଖିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

Also read: କୁଆଖାଇ ନଦୀରେ ବୁଡ଼ିଗଲେ ଦୁଇ ଯୁବକ : ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ପତ୍ତା ମିଳିନି

ଆପଣ ଟ୍ବିନ୍ ସିଟିକୁ ସପିଂ କରିବାକୁ ଆସୁଛନ୍ତି କି । କଟକ -ଭୁବନେଶ୍ବର ଭିତରୁ କିମ୍ବା ବାହାରୁ କାର୍ କି ବାଇକ୍ ଧରି ମାର୍କେଟିଂ କରିବାକୁ ଆସୁଥିଲେ ସାବଧାନ । ମାର୍କେଟିଂ କରୁ କରୁ ରାସ୍ତା ଉପରୁ ଗାଏବ୍ ହୋଇଯାଇପାରେ ଆପଣଙ୍କ ଗାଡ଼ି । ରାସ୍ତା ଉପରେ ଆପଣମାନେ ବେଆଇନ୍ ଭାବେ କାର୍ କିମ୍ବା ବାଇକ୍ ପାର୍କିଂ କରୁଥିଲେ ଉଠାଇନେଉଛି ପୋଲିସ । ଏଭଳି ପରିସ୍ଥିତିରେ ଅନେକ ତାଙ୍କର ଗାଡ଼ି ଚୋରି ହୋଇଗଲା ଭାବି ଟେନସନ୍ ହୋଇଯାଉଛନ୍ତି । ପରେ ଜାଣୁଛନ୍ତି ଯେ, ପୋଲିସ ସେମାନଙ୍କ ଗାଡ଼ି ଉଠାଇ ନେଇଛି । ପରେ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡ଼ୁଛି ଏଭଳି କିଛି ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କୁ । 

ଗତକାଲି ଗୋଟିଏ ଦିନରେ ଟ୍ବିନ୍ ସିଟିରେ ବେଆଇନ୍ ପାର୍କିଂ ଓ ଟ୍ରାଫିକ୍ ନିୟମ ଉଲଂଘନ ପାଇଁ ୧୯୫୮ଜଣଙ୍କର କଟିଛି ଚାଲାଣ । କିଛି ଦିନର ବ୍ୟବଧାନ ପରେ କମିଶନରେଟ୍ ପୋଲିସର ଟ୍ରାଫିକ୍ ଓ୍ବିଙ୍ଗ ପକ୍ଷରୁ ଚାଲିଛି ଫ୍ରି ଫ୍ଳୋ ରୋଡ୍ ପାଇଁ ସ୍ପେଶାଲ ଡ୍ରାଇଭ୍ । ଟୁଇନ୍ ସିଟିରେ ଟ୍ରାଫିକ୍ ଏସିପି ଓ IICଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଟ୍ରାଫିକ୍ ଜାମ୍ ଏଡ଼ାଇବା ସହ ଆମ୍ବୁଲାନ୍ସ ଚଳାଚଳ ସହଜ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଏଭଳି ଅଭିଯାନକୁ ଜୋରଦାର କରାଯାଇଛି । କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । 

ଟ୍ବିନ୍ ସିଟିରେ ଜନସାଧାରଣଙ୍କ ଗାଡ଼ି ପାର୍କିଂ ପାଇଁ ଅନେକ ବ୍ୟବସ୍ଥା ହୋଇଛି ସତ । ତଥାପି ଅନେକ ଜାଗାରେ ଭେଣ୍ଡିଂ ଜୋନ୍, ମାର୍କେଟ୍ କମ୍ପଲେକ୍ସ ଏବଂ ସପିଂ ମଲ ପାଖାପାଖି ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନାହିଁ । ଯଦି ୫ଶହ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା ଅଛି, ତେବେ ଏହା ଠାରୁ ଅଧିକ ଗାଡ଼ି ଆସିଲେ ସେମାନେ ରଖିବେ କେଉଁଠି । ଜାଗା ନପାଇ ବାଧ୍ୟ ହୋଇ ରୋଡ୍ ଉପରେ ପାର୍କିଂ କରୁଛନ୍ତି । କିଛି ସ୍ଥାନରେ ତ ଗାଡ଼ି ପାର୍କିଂ ପାଇଁ କୌଣସି ବ୍ୟବସ୍ଥା ହିଁ ନାହିଁ । ଏମିତିରେ ଯେତେବେଳେ ଲୋକଙ୍କ ଗାଡ଼ି ପୋଲିସ ଉଠାଇ ନେଉଛି ସେତେବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବି ସାମ୍ନାକୁ ଆସୁଛି । ଟୁଇନ୍ ସିଟିରେ ପ୍ରଥମେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଲୋକଙ୍କୁ ସଚେତନ କରାଯାଉ ତା’ ପରେ ପୋଲିସ ଚାଲାଣ କାଟିବ ବୋଲି ଦାବି ହେଉଛି । 

ଅନ୍ୟପଟେ ବିଭିନ୍ନ ଗଳିରାସ୍ତା କିମ୍ବା କଲୋନୀ ଭିତରେ ଲୋକେ ପାର୍କିଂ କରିଥିବା ଗାଡ଼ିକୁ ମଧ୍ୟ ଉଠାଇ ନେଉଛି ଟୁଇଂ ପାଇଁ ନିୟୋଜିତ ଠିକା ସଂସ୍ଥା । କୁହାଯାଉଛି ଗାଡ଼ି ଟୁଇଂ ପାଇଁ ସଂପୃକ୍ତ ସଂସ୍ଥାକୁ ଗାଡ଼ି ପିଛା ୭ଶହ ଟଙ୍କା ମିଳୁଥିବାରୁ   ଅନେକ ସମୟରେ ସେମାନେ ଏଭଳି ମନମାନି କରୁଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ଏଥି ପ୍ରତି କମିଶନରେଟ୍ ପୋଲିସ ମଧ୍ୟ ନଜର ଦେବା ଦରକାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.