ଭୁବନେଶ୍ୱର ୨୬।୭: ଭୁବନେଶ୍ବର ସ୍ଥିତ କୁଆଖାଇ ନଦୀରେ ଅଘଟଣ । ନଦୀରେ ଭାସିଯାଇଥିଲେ ଦୁଇ ଯୁବକ । ଗାଧୋଇବା ବେଳେ ଘଟିଥିଲା ଅଘଟଣ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ । ଭାସିଯାଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବରୀମୁଣ୍ଡ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ସାଙ୍ଗ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଏହାଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ନିଖୋଜ ଥିବାବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସେପଟେ ସମ୍ବଲପୁର ଦେବଝରଣ ଜଳପ୍ରପାତରେ ଅଘଟଣ ଘଟିଛି । ଜଳପ୍ରପାତରେ ବୁଡି ଯାଇ ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଯୁଯୁମୁରା ନିକଟସ୍ଥ ଦେବଝରଣ ଜଳପ୍ରପାତରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ଦୁଇ ଜଣ ଭୀମସାରର ବୋଲି ଜଣାପଡିଛି । ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ ।
You Can Read:
ଦେବଝରଣ ଜଳପ୍ରପାତରେ ଅଘଟଣ, ପାଣିରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ