ନୂଆଦିଲ୍ଲୀ : ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟନ ସିଧାସଳଖ ଇସ୍ରାଏଲର ଆକ୍ରମଣର ସମର୍ଥନ କରିବାକୁ ନେଇ ଆମେରିକା ଉପରେ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ , ଯଦି ଆମେରିକା କଥାବାର୍ତ୍ତା ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଛି , ତ ତାକୁ ପ୍ରଥମେ ନିଜର ସହଯୋଗୀ ଇସ୍ରାଏଲର କ୍ଷେତ୍ରୀୟ ଆକ୍ରମଣକୁ ରୋକିବାକୁ ହେବ। ଏହା ବ୍ୟତୀତ ଇରାନ କତାର , ସାଉଦୀ ଆରବ ଓ ଓମାନକୁ କହିଛି ଯେ, ସେମାନେ ଟ୍ରମ୍ପଙ୍କୁ କହିବେ କି, ସେ ଇସ୍ରାଏଲ ଉପରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ଚାପ ପକାନ୍ତୁ।
ରୟଟର୍ସ ରିପୋର୍ଟ କରିଛି ଯେ, ଦୁଇଟି ଇରାନୀ ଓ ତିନୋଟି ଆଞ୍ଚଳିକ ସୂତ୍ରାନୁସାରେ ,ଯଦି ଆମେରିକା ଯୁଦ୍ଧବିରତି ଲାଗୁ କରାଏ ,ତ ଏହାର ପ୍ରତି ବଦଳରେ ଇରାନ ଆମେରିକା ସହ ପରମାଣୁ ଆଲୋଚନାରେ ନମ୍ରଭାବ ଦେଖାଇବ। ଏହା ପୂର୍ବରୁ ରାଷ୍ଟ୍ରପତି ପେଜେଶକିୟନ କହିଥିଲେ , ଅନ୍ତରାଷ୍ଟ୍ରୀୟ ଆଇନର ସବୁ ନିୟମର ବିପରୀତ , ଆମେରିକା ଇସ୍ରାଏଲକୁ ଆମ ଉପରେ ଆକ୍ରମଣ କରିବା ଓ ଆମ ଉପରେ ହମଲା କରିବାର ଅନୁମତି ଦେଉଛି । ସେ ଆହୁରି କହିଛନ୍ତି ଯେ ଇରାନ ନା ଯୁଦ୍ଧ ଆରମ୍ଭ କରିଛି ନା ହିଁ ସାମ୍ନା ସାମ୍ନି କୌଣସି ଲଢେଇର ଆରମ୍ଭ କରିଛି।
ଇରାନ ରାଷ୍ଟ୍ରପତି ପେଜେଶକିୟନ ସ୍ପଷ୍ଟ କରିଛନ୍ତି, "ଆମେ ଉଚ୍ଚପଦସ୍ଥ ସାମରିକ ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କୁ ହତ୍ୟା କରିନାହୁଁ ; ଏମାନେ ଆତଙ୍କବାଦୀ। ଆମେ ଆକ୍ରମଣକାରୀ ନୁହଁନ୍ତି । ଆଜି ଆମକୁ ଅଧିକ ଏକତା ଏବଂ ସଂହତିର ଆବଶ୍ୟକ ରହିଛି। ଏହି ଆକ୍ରମଣକୁ ବିରୋଧ କରିବା ପାଇଁ ଇରାନବାସୀଙ୍କୁ ଏକାଠି ହେବାକୁ ପଡିବ।"
ଇସ୍ରାଏଲ ୧୩ ଜୁନ୍ ରାତିରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଅପରେସନ୍ ରାଇଜିଂ ଲାୟନ୍ ଆରମ୍ଭ କରିଥିଲା। ଇରାନ୍ ୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଥିଲା। ଏହା ପରେ, ୧୪ ଓ ୧୫ ଜୁନ୍ରେ ଉଭୟ ଦେଶ ମଧ୍ୟରେ ହମଲାର କ୍ରମ ଜାରି ରହିଲା। ଉଭୟ ପକ୍ଷ ମୃତାହତ ଏବଂ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ କିନ୍ତୁ କ୍ଷତି ସାମାନ୍ୟ ଥିଲା ବୋଲି କହିଥିଲେ।
ପେଜେଶକିୟନ କହିଛନ୍ତି ଯେ, ଇସ୍ରାଏଲ ଦ୍ୱାରା ଇରାନକୁ ଅସ୍ଥିର କରିବାର ପ୍ରୟାସକୁ କଡ଼ା ଜବାବ ଦେଇଛି ଏବଂ " ତାର ପ୍ରଚୁର ହୋଇଛି ।" ସେ ଚେତାବନୀ ଦେଇଛନ୍ତି ଯେ , ଯଦି ଏହି ଆକ୍ରମଣର ପୁନରାବୃତ୍ତି ହୁଏ, ତେବେ ଇରାନ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଜବାବ ଦେବ।