ମହଙ୍ଗା ହେଲା ରୁପା, ବର୍ଷ ଆରମ୍ଭରୁ ବଢିଲା ସୁନା, ଜାଣନ୍ତୁ କେତେ ହେଲା ଦାମ୍ ?

NEWS7
icc-cricket-world-cup-2019-these-4-teams-may-enter-semifinale

ନୂଆଦିଲ୍ଲୀ, ୦୨/୦୧ : ନୂଆବର୍ଷରୁ ବଢିଲା ରୁପା । ଲଗାତାର ଦୁଇ ଦିନ ଧରି ଅହେତୁକ ହ୍ରାସ ପରେ ସୁନା ଏବଂ ରୁପାର ଦାମ୍ ବୃଦ୍ଧି ପାଇଛି । ରୁପା ୭ ହଜାର ଟଙ୍କା ବଢିଥିବା ବେଳେ ସୁନା ମଧ୍ୟ ଉପରକୁ ଉଠିଛି । ୨୦୨୫ ଶେଷ ଆଡକୁ ରୁପା ୨୨ ହଜାର ଟଙ୍କା ଶସ୍ତା ହୋଇଥିଲା । ଏସବୁକୁ ଦେଖି ବିଶେଷଜ୍ଞମାନେ ମଧ୍ୟ ଦରର ଉପର ତଳ ଟ୍ରେଣ୍ଡକୁ ଆକଳନ କରିପାରୁ ନାହାଁନ୍ତି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ସାଢେ ୧୧ଟାରେ ରୁପାର ଦାମ୍ ୭୪୬୮ ଟଙ୍କା ବଢିଛି । ମାର୍ଚ୍ଚର ଭବିଷ୍ୟତ ଦରରେ ଦାମ୍ ବୃଦ୍ଧି ପାଇଛି । ସେହିପରି ସୁନା ଦାମ୍ ଫେବ୍ରୁଆରୀ ମାସ ପାଇଁ ୧୦୧୧ ଟଙ୍କା ଅଧିକ ହୋଇଛି । ଫଳରେ ମାର୍ଚ୍ଚ ମାସ ପାଇଁ ରୁପା ଦର କେଜି ପିଛା ୨ ଲକ୍ଷ ୪୩ ହଜାର ୩୪୧ ଟଙ୍କାରେ ପହଁଚିଥିବା ବେଳେ ସୁନା ଫେବ୍ରୁଆରୀ ପାଇଁ ଭରି ପିଛା ୧ ଲକ୍ଷ ୩୬ ହଜାର ୮୧୫ ଟଙ୍କାରେ ପହଁଚିଛି ।

କାହିଁକି ଉପର ତଳ ହେଉଛି ରେଟ୍

ବିଶେଷଜ୍ଞଙ୍କ କହିବା କଥା ହେଲା, ୨୦୨୫ରେ ରୁପା ୧୫୦ ପ୍ରତିଶତ ମହଙ୍ଗା ହୋଇଥିଲା । ସୁନା ଦାମରେ ମଧ୍ୟ ୭୦ ପ୍ରତିଶତର ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏବେ ଉଭୟ ଦାମୀ ଧାତୁ ରେକର୍ଡ ମୂଲ୍ୟରେ କାରବାର କରୁଛନ୍ତି । ଯାହାପାଇଁ ନିବେଶକ ସତର୍କ ରହିଛନ୍ତି । ଏଥିପାଇଁ ଦାମରେ ଲଗାତାର ପରିବର୍ତ୍ତନ ଘଟୁଛି । ଦାମ୍ କମିଲେ ନିବେଶକମାନେ ଅଧିକ ସୁନା ରୁପା କିଣୁଛନ୍ତି । ଯାହା ଦ୍ୱାରା ସେମାନେ ଦାମ୍ ବଢିଲେ ଅଧିକ ଲାଭ ପାଇପାରିବେ ।

ରୁପା ଦାମ୍ ପଛରେ ଚୀନ୍

ଚୀନ ସରକାର ଜାନୁଆରୀ ୧ରୁ ରୁପା ରପ୍ତାନୀ ଉପରେ ନୂଆ ନିୟମ ଲାଗୁ କରିଛନ୍ତି । ଏବେ କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ରୁପାର ରପ୍ତାନୀ କରିପାରିବେ । ଏହାବ୍ୟତୀତ ଅନ୍ୟ କୌଣସି କମ୍ପାନୀ ଦେଶ ବାହାରକୁ ରୁପା ପଠାଇପାରିବେ ନାହିଁ । ଡ୍ରାଗନ ସାରା ବିଶ୍ୱର ୬୦ରୁ ୭୦ ପ୍ରତିଶଚ ରୁପା ବ୍ୟବସାୟ ଏବଂ ରପ୍ତାନୀକୁ ନିୟନ୍ତ୍ରଣ କରିଥାଏ । ଡ୍ରାଗନର ଏହି ନିଷ୍ପତ୍ତି ବୈଶ୍ୱିକ ସ୍ତରରେ ରୁପାର ଚାହିଦା ବଢାଇବା ସହ ଦାମରୁ ଉପର ତଳ କରୁଛି ।