IAS ଧୀମାନ ଚକ୍‌ମାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ, ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ

Published By : Prameya-News7 Bureau | July 24, 2025 IST

କଟକ ୨୪।୭: ଆଇଏଏସ୍ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଧୀମାନ ଚକ୍‌ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରିବେ ଏବଂ ସାକ୍ଷୀ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସର୍ତ୍ତ ରହିଛି । ଲାଞ୍ଚ ନେବାବେଳେ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍ ଧୀମାନ ଚକ୍‌ମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସରକାରୀ ବାସଭବନ ତଲାସ ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଥିଲା । ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବାବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

You Can Read:

ପ୍ରବଳ ବର୍ଷା ସହ ବଜ୍ରପାତରେ ଭାଙ୍ଗିଲା ଘର, କାନ୍ଥ ତଳୁ ମା' ଓ ଶିଶୁ କନ୍ୟା ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.