ପ୍ରବଳ ବର୍ଷା ସହ ବଜ୍ରପାତରେ ଭାଙ୍ଗିଲା ଘର, କାନ୍ଥ ତଳୁ ମା' ଓ ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | July 24, 2025 IST

ଆଠଗଡ଼ ୨୪।୭: ପ୍ରବଳ ବର୍ଷା ସହ ବଜ୍ରପାତରେ ଭାଙ୍ଗିଲା ଘର, କାନ୍ଥ ତଳୁ ମା' ଓ ଶିଶୁ କନ୍ୟା ଉଦ୍ଧାର । କଟକ ତିଗିରିଆ ଅଞ୍ଚଳରେ ହଠାତ କଳାହାଣ୍ଡିଆ ମେଘ ମାଡି ଆସି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ସମୟରେ ତିଗିରିଆ ବ୍ଲକ୍ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ କୋଇଲକନ୍ୟା ଗ୍ରାମରେ ଘନଘନ ବଜ୍ରପାତରେ ଲକ୍ଷ୍ମୀଧର ମନ୍ତ୍ରୀଙ୍କ ବାସଗୃହ ଭୁଶୁଡି ପଡ଼ିଥିଲା । ମାଟି ଆଟୁ ଏବଂ କାନ୍ଥ ତଳେ ଘରେ ଥିବା ଲକ୍ଷ୍ମୀଧରଙ୍କ ପତ୍ନୀ ପ୍ରତିମା ମନ୍ତ୍ରୀ ଏବଂ ତାଙ୍କର ୫ ବର୍ଷର ଶିଶୁ କନ୍ୟା ଚାପି ହୋଇ ରହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତିଗିରିଆ ଅଗ୍ନିଶମ ବିଭାଗ ତତ୍କାଳ ପହଞ୍ଚି ବହୁ କଷ୍ଟରେ ଉଭୟ ମା’ ଓ ଛୁଆକୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟି ମୁହଁରେ ଏବଂ ମା'ର ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ଉଭୟ ଚିକିତ୍ସାଧୀନ ରହିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଲକ୍ଷ୍ମୀଧର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ  ପ୍ରଶାସନକୁ ନିବେଦନ କରିଛନ୍ତି ।

You Can Read:

ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.