ନୂଆଦିଲ୍ଲୀ ୧୪।୯: ଚଳିତମାସ ଶେଷରେ ଭାରତୀୟ ବାୟୁସେନା (ଆଇଏଏଫ) ସବୁଠୁ ଦୀର୍ଘ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଅପରେସନ ସିନ୍ଦୂର ପରେ ଆଇଏଏଫର ଏହା ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ହେବ। ଏହା ୨୫ ସେପ୍ଟେମ୍ବରରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଯୁଦ୍ଧାଭ୍ୟାସ ଉତ୍ତର-ପୂର୍ବ ରାଜ୍ୟଙ୍କ ଏୟାରସ୍ପେସ୍ ରେ କରାଯିବ, ଯାହା ଚୀନ୍, ଭୁଟ୍ଟାନ, ବାଂଲାଦେଶ ମିଆଁମାର ସୀମାକୁ ଲାଗିକି ହେବ। ଏଥିପାଇଁ ବାୟୁସେନା ନୋଟିସ୍ ଟୁ ଏୟାରମ୍ୟାନ (ନୋଟାମ ଜାରି କରିଛି)।

ଏହି ଏକ୍ସରସାଇଜକୁ ଉତ୍ତରବଙ୍ଗ(ସିଲିଗୁଡି କରିଡୋର), ସିକ୍କିମ, ଆସାମ, ଅଋଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲ୍ୟାଣ୍ଡରେ ଆୟୋଜନ କାରଯିବ। ଏହି ଏକ୍ସସରସାଇଜର ଦାୟିତ୍ୱ ବାୟୁସେନା ପୂର୍ବ କମାଣ୍ଡ ସିଲଂ ମୁଖ୍ୟାଳୟ ଉପରେ ନ୍ୟସ୍ତ କରାଯାଇଛି। ଏଥିରେ ପୂର୍ବୋତ୍ତରର ସବୁ ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ତେଜପୁର, ଝାବୁଆ, ହାସିମାରା ଆଦି ଅଂଶଗ୍ରହଣ କରିବେ। ଏଥିରେ ଫାଇଟର ଜେଟ୍ ସମେତ ମିଲେଟ୍ରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଭାଗ ନେବେ।

ତେବେ ଏହା ପୂର୍ବରୁ ଆଇଏଏଫ ଚୀନ୍-ନେପାଲ ଟ୍ରାଇଜଙ୍କସନରେ ମଧ୍ୟ ଏକ ବଡ଼ ଯୁଦ୍ଧାଭ୍ୟାସ କରିବ। ଏହି ଟ୍ରାଇଜଙ୍କସନରେ ଭାରତର ଲିପୁଲେଖ ଓ କାଲାପାନୀ ରହିଛି। ଏହି ଯୁଦ୍ଧାଭ୍ୟାସ ୨୨ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଯୁଦ୍ଧ ବିମାନଙ୍କ ଭାଗିଦାରୀ, ଉନ୍ନତ ଉଡାଣ ସଞ୍ଚାଳନ ସୈନ୍ୟ ପ୍ରସ୍ତୁତି ଆକଳନ ସାମିଲ ହୋଇପାରେ। ଏହି ଯୁଦ୍ଧାଭ୍ୟାସ ପାଇଁ ମଧ୍ୟ ବାୟୁସେନା ନୋଟାମ ଜାରି କରିଛି।