LIVE TV

‘ଆମର ଡବଲ ଇଞ୍ଜିନ, ଯେଉଁ ମାନଙ୍କ ପାଖରେ ଇଞ୍ଜିନ ନାହିଁ ସେ କ’ଣ ବିକାଶ କରିବେ ?’

NEWS7
i-am-a-yogi-politics-is-not-a-full-time-job-for-me-yogi-gave-this-answer-on-the-question-of-becoming-the-prime-minister-

ଭୁବନେଶ୍ବର ୨୫୧୦: ନିର୍ବାଚନରେ ଜୟର ବିଜୟ ସୁନିଶ୍ଚିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦୃଢ଼ୋକ୍ତି । ସମାବେଶରେ ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ୍ କଲେ ଉପମୁଖ୍ୟମନ୍ତ୍ରୀ । କହିଲେ- ବାହାଘର ପରେ ବାପଘର ବହୁ ଦୂର, ମାମୁଁ ଘର ସାତ ପର ।

ସୁଭଦ୍ରା ଶକ୍ତି ସମାବେଶରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ହେଉଛି ଜଣେ ସାଧାରଣ ମହିଳା ଯାହାକୁ ବିଜେପି ଜଣେ ଉପମୁଖ୍ୟମନ୍ତ୍ରୀ କରିଛି ପୂର୍ବରୁ ଅନେକ ସରକାର ହୋଇଛି ହେଲେ ମହିଳାଙ୍କୁ ଦାୟିତ୍ୱ ଦେଇ ନଥିଲେ ଲକ୍ଷ୍ମୀ ଏବେ ପଦ୍ମଫୁଲ ଧରି ଆପଣଙ୍କ ଘର ଖଟଖଟ କରୁଛନ୍ତି ଆମେ ସରକାରରେ ଆସିବା ପରେ ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ଗୋଟିଏ କ୍ଲିକ୍‌ରେ ମୁଖ୍ୟମନ୍ତ୍ରୀ ଟଙ୍କା ପଠାଇ ଦେଉଛନ୍ତି ଆଜି ମହିଳାଙ୍କ ସ୍ଥିତି ବଦଳିଛି ଲକ୍ଷପତି ଦିଦିରେ ମଧ୍ୟ ଆମେ ଏକ ନମ୍ବର ହୋଇଛୁ ବ୍ୟାଙ୍କରେ ମଙ୍ଗଳବାର ମହିଳାଙ୍କ ଦିନ ଭାବରେ ଘୋଷଣା କରିଛନ୍ତି ମୋଦୀ ୧୭ ଲକ୍ଷ ଲକ୍ଷପତି ଦିଦି ଆଜି ରାଜ୍ୟରେ ଅଛନ୍ତି ନୂଆପଡ଼ାରେ ସବୁଠାରୁ ଅଧିକ ସୁଭଦ୍ରା ଓ ଲକ୍ଷପତି ଦିଦି ଅଛନ୍ତି ନୂଆପଡ଼ାର ବିକାଶର ନକ୍ସା ମୁଖ୍ୟମନ୍ତ୍ରୀ ଆଙ୍କିଛନ୍ତି ନୂଆପଡ଼ା ସବୁ ଘରେ ଆମେ ବିକାଶ ପହଞ୍ଚାଇବୁ ମୁଁ ଆପଣଙ୍କ ଜଣେ ଭଉଣୀ କଳ୍ପନା ଭଉଣୀ (ଜୟଙ୍କ ମା) ଜଣେ ବାପା ଛେଉଣ୍ଡ ପୁଅକୁ ଆପଣଙ୍କ ପଣକାନିରେ ଦେଇଛନ୍ତି ତାଙ୍କୁ ଆଶୀର୍ବାଦ କରନ୍ତୁ

ବିଜେଡିକୁ ଟାର୍ଗେଟ୍ କରି ପ୍ରଭାତୀ କହିଛନ୍ତି, ବିଜେଡିକୁ ନୂଆପଡ଼ାରୁ ପ୍ରାର୍ଥୀ ମିଳିଲେ ନାହିଁ ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି ନିର୍ବାଚନ ପରେ ସେମାନେ ନଥିବେ କେବଳ ଜୟ ଢୋଲକିଆ ଆପଣଙ୍କ ପାଖରେ ଥିବେ ବିଜେଡି ପ୍ରାର୍ଥୀ କହିଛନ୍ତି ଏଠି କଣ ତାଙ୍କର ମାମୁଁ ଘର ବାହାଘର ପରେ ବାପଘର ବହୁ ଦୂର ମାମୁଁ ଘର ସାତ ପର ସେ ଏଠି ଶାସନ କରିବାକୁ କଣ ଆସିବେ ଆମର ଡବଲ ଇଞ୍ଜିନ ଯେଉଁ ମାନଙ୍କ ପାଖରେ ଇଞ୍ଜିନ ନାହିଁ ସେ କଣ ବିକାଶ କରିବେ ଏ ନିର୍ବାଚନରେ ଜୟର ବିଜୟ ସୁନିଶ୍ଚିତ