ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ବାମୀଙ୍କ ମୃତ୍ୟୁ ଓ ସ୍ତ୍ରୀ ଆହତ, ବର୍ତ୍ତିଗଲେ ୩ ବର୍ଷର ଝିଅ

Published By : Prameya-News7 Bureau | March 12, 2024 IST

ଝାରସୁଗୁଡା ୧୨୩: ୪୯ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସିଂହାରପୁର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି । ମୃତକ ଜଣଙ୍କ ନୋହରସାଏ ୱାରେନ ଏବଂ ଆହତ ଜଣଙ୍କ ତାଙ୍କ ସ୍ତ୍ରୀ ନିଲା ୱାରେନ ବୋଲି ଜଣାପଡିଛି l 

ସୂଚନାଯୋଗ୍ୟ ଯେ, ଛତିଶଗଡ ଶକ୍ତି ଜିଲ୍ଲା ରେଡା ଗ୍ରାମର ନୋହରସାଏ ୱାରେନ ତାଙ୍କ ସ୍ତ୍ରୀ ନିଲା ୱାରେନ ଏବଂ ୩ ବର୍ଷର ଝିଅ ସହ ବାଇକ୍ ଯୋଗେ ଝାରସୁଗୁଡା ପଟୁ ନିଜ ଗାଁକୁ ଯାଉଥିଲେ l ପଞ୍ଚଗାଁ ପଟୁ ଝାରସୁଗୁଡା ପଟକୁ ଆସୁଥିବା ଏକ ଭାରିଯାନ ସିଂହାରପୁର ନିକଟରେ ତାଙ୍କୁ ଧକ୍କା ଦେଇଥିଲା l ଏହି ଦୁର୍ଘଟଣାରେ ନୋହରସାଏଙ୍କ ମୃତ୍ୟୁ ହୋଇଛି l ସ୍ତ୍ରୀ ନିଲା ଆହତ ହୋଇଥିବା ବେଳେ ୩ ବର୍ଷର ଝିଅ ସୁରକ୍ଷିତ ଅଛନ୍ତି l ନୋହରସାଏଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତ ନିଲାଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l 

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଭାରିଯାନ ଡ୍ରାଇଭର ଫେରାର ଥିବାବେଳେ ଭାରିଯାନକୁ ଲଖନପୁର ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.