News7 Logo

ପ୍ରେମ ବିବାହର ୬ ମାସ ପରେ ସ୍ତ୍ରୀଙ୍କର ହୋଇଥିଲା ମୃତ୍ୟୁ, ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

NEWS7
ath

ଆଠଗଡ଼ ୦୪।୦୯ : ସ୍ତ୍ରୀକୁ ହତ୍ୟା ଅଭିଯୋଗ ସ୍ୱାମୀ ଗିରଫ । ପ୍ରେମ ବିବାହର ୬ ମାସ ପରେ ସ୍ତ୍ରୀକୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । ଆଉ ଏବେ ଆଠଗଡ଼ ଗୁରୁଡ଼ିଝାଟିଆ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳର ଅମର ପ୍ରସାଦ ଲେଙ୍କା ।

ଖବର ଅନୁଯାୟୀ, କଟକ ଜିଲ୍ଲା ନେମାଳ ଅଞ୍ଚଳର ପୁଷ୍ପାରଣୀ ନାୟକକୁ ୬ ମାସ ତଳେ ପ୍ରେମ ବିବାହ କରିଥିଲେ । ଏହାପରେ କଟକ ଗୁରୁଡିଝାଟିଆ ଥାନା ଅଞ୍ଚଳରେ ଭଡା ଘରେ ରହି ଆସୁଥିଲେ ।  ହେଲେ କିଛି ଦିନ ତଳେ ଭଡା ଘରୁ ସନ୍ଦେହ ଜନକ ଭାବରେ ପୁଷ୍ପାରାଣୀଙ୍କୁ ଝୁଲନ୍ତା ମୃତଦେହ ମିଳିଥିଲା । ଏହାପରେ ସ୍ୱାମୀ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ସ୍ୱାମୀ ଅମର ଲେଙ୍କାଙ୍କୁ ଗିରଫ କରିଛି । ବାକି ଘଟଣାର ତଦନ୍ତ କରୁଛି ଗୁରୁଡିଝାଟିଆ ଥାନା ପୋଲିସ ।