LIVE TV

ଯେବେ ମହିଳା କ୍ରିକେଟ୍ ଟିମ୍ ପାଖେ ବିଦେଶ ଯାତ୍ରା କରିବାକୁ ନଥିଲା ଟଙ୍କା, ସହଯୋଗର ହାତ ବଢାଇଥିଲେ ଅଭିନେତ୍ରୀ

NEWS7
husband-and-wife-lost-his-life-in-bolangir

ନୂଆଦିଲ୍ଲୀ ୦୫/୧୧: ନିକଟରେ, ସାରା ଦେଶ ବିଶ୍ୱକପରେ ମହିଳା କ୍ରିକେଟ ଟିମ୍‌ର ବିଜୟକୁ ସେଲିବ୍ରେଟ କରିଥିଲା । ଲୋକେ ସୋସିଆଲ ମିଡିଆରେ ଦଳକୁ ପ୍ରଶଂସା କରି ଏହାକୁ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ । ହେଲେ ଜାଣିଛନ୍ତି ଜିରୋରୁ ହିରୋ ହେବାରେ ଥିଲା ବଳିଷ୍ଠ ଅବଦାନ । କାରଣ ଗୋଟିଏ ସମୟ ଥିଲା ଯେତେବେଳେ ମହିଳା କ୍ରିକେଟ ଟିମ୍ ପାଖରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ନଥିଲା ସମ୍ୱଳ ।

ଆଗେଇ ଆସିଥିଲେ ଜଣେ ଅଭିନେତ୍ରୀ । ଅଭିନେତ୍ରୀ ଜଣଙ୍କ ମହିଳା ଟିମ୍‌କୁ ଆର୍ଥିକ ସହାୟତା କରିଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅଭିନେତ୍ରୀ ତଥା କ୍ରିକେଟ ଭାଷ୍ୟକାର ମନ୍ଦୀରା ବେଦୀ । ଜଣେ ଚମତ୍କାର ଅଭିନେତ୍ରୀ ଭାବରେ ଜଣାଶୁଣା । ଘରେ ଘରେ ସେ ଶାନ୍ତି ଭାବେ ଫେମସ । ଅନେକ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି। ସେତିକି ନୁହେଁ କ୍ରିକେଟ୍ ଭାଷ୍ୟକାର ଭାବେ ବି ସେ ଖ୍ୟାତ୍ । ଅନେକ ସମୟରେ ଦଳକୁ ସମର୍ଥନ କରିବା ପାଇଁ ମଧ୍ୟ ଜଣାଶୁଣା । 

ସୁନୀଲ ଗାଭାସ୍କରଙ୍କ ଭଉଣୀ ନୂତନ, ସାକ୍ଷାତକାରରେ ପୁରୁଣା ସମୟକୁ ମନେ ପକାଇ କହିଥିଲେ ଏମିତି କିଛି । ମନ୍ଦିରା ବେଦୀ କଷ୍ଟକର ସମୟରେ ମହିଳା ଦଳକୁ ଆର୍ଥିକ ସହାୟତା କରିଥିଲେ। ସେ କହିଥିଲେ ଯେ ମହିଳା ଦଳ ଇଂଲଣ୍ଡ ଗସ୍ତ କରିବାକୁ ଥିଲା । ସେମାନଙ୍କର କୌଣସି ପ୍ରୟୋଜକ ନଥିଲେ । ତଥାପି, ମନ୍ଦିରା ସେତେବେଳେ ତାଙ୍କର ଯଥେଷ୍ଟ ରୋଜଗାର ସେମାନଙ୍କୁ ଦାନ କରିଥିଲେ ।

ନୂତନ କହିଛନ୍ତି, "ପୈସା ନଥିବା ବେଳେ, ମନ୍ଦିରା ବେଦୀ ଫେମସ ହୀରା ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନ ସୁଟ୍ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ଦିରା ବିଜ୍ଞାପନରୁ ପାଇଥିବା ସମ୍ପୂର୍ଣ୍ଣ ଫିସ୍ WCAIକୁ ଦାନ କରିଦେଇଥିଲେ । ନୂତନ ଆହୁରି କହିଛନ୍ତି ଯେ ମନ୍ଦିରା ବିଜ୍ଞାପନରୁ ପାଇଥିବା ଟଙ୍କା ଭାରତୀୟ ମହିଳା କ୍ରିକେଟ ଦଳକୁ ଇଂଲଣ୍ଡ ଗସ୍ତ ପାଇଁ ବିମାନ ଟିକେଟ ବ୍ୟବସ୍ଥା କରିବାରେ ବହୁତ ସାହାଯ୍ୟ କରିଥିଲା।