LIVE TV

ଭୁଶୁଡ଼ିଲା ଘରର କାନ୍ଥ, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

NEWS7
jls

ଜଳେଶ୍ୱର ୨୨୪।୦୯: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମହାଦେବସରାଇ ଗାଁରେ ଅଘଟଣ । ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ । ଏହି ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ପିଥ ମୁର୍ମୁ ଏବଂ ଲକ୍ଷ୍ମୀ ମୁର୍ମୁ ।

ଖବର ଅନୁଯାୟୀ, ସ୍ୱାମୀ ପିଥ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ଖାଇ ସାରି ଘରେ ଶୋଇଥିଲେ । ଏହି ସମୟରେ ହଠାତ ଘରର କାନ୍ଥଟି ଭୁଷୁଡ଼ି ପଡ଼ିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏଥିରେ ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।