ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମର୍ସିଡିଜ୍-ବେଞ୍ଜ ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟ ୨୦୨୫ ଅନୁଯାୟୀ ଦେଶରେ କୋଟିପତି ପରିବାର ସଂଖ୍ୟାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି।

ଭାରତରେ ବର୍ତ୍ତମାନ ୮୭୧,୭୦୦ କୋଟିପତି ପରିବାର ଅଛନ୍ତି, ଯାହାଙ୍କ ମିଳିତ ସମ୍ପତ୍ତି ₹୮.୫ କୋଟି ($୧ ମିଲିଅନ)ରୁ ଅଧିକହେଲେ ୨୦୨୧ ମସିହାରେ ଏହି ସଂଖ୍ୟା  ୪୫୮,୦୦୦ ଥିଲା। ମାତ୍ର ୪ ବର୍ଷରେ ଏଥିରେ ଦୁଇଗୁଣ ବୃଦ୍ଧି ପାଇଛି। ଦେଶର ବାକି ସମସ୍ତ ପରିବାରର ଏମାନଙ୍କର ଭାଗ ୦.୩୧ ପ୍ରତିଶତ। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ୨୦୧୭ ରୁ ୨୦୨୫ ପର୍ଯ୍ୟନ୍ତ ମିଲିଅନ ଡଲାର ପରିବାର ସଂଖ୍ୟା ୪୫ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଅଲ୍ଟ୍ରା ରିଚ୍ କ୍ୟାଟେଗୋରିରେ ମାତ୍ର କିଛି ଲୋକ ପହଞ୍ଚି ପରିଛନ୍ତି। ଗତ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କୋଟିପତି ପରିବାର ସଂଖ୍ୟା ପ୍ରାୟ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଯଦି ଏହି ଗତି ଜାରି ରହେ, ତେବେ ଭାରତରେ କୋଟିପତି ପରିବାର ସଂଖ୍ୟା ୨୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ।
ମର୍ସିଡିଜ୍-ବେଞ୍ଜ୍ ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟ ୨୦୨୫ ଅନୁଯାୟୀ, ମୁମ୍ବାଇ ଦେଶରେ ସବୁଠାରୁ ଅଧିକ ସଂଖ୍ୟକ କୋଟିପତି ବାସ କରନ୍ତି। ମହାରାଷ୍ଟ୍ରରେ ୧୭୮,୬୦୦ କୋଟିପତି ପରିବାର ଅଛନ୍ତିଯେଉଁଥିରେ ମୁମ୍ବାଇ ୧୪୨,୦୦୦ କୋଟପିତ ପରିବାର ସହିତ ତାଲିକାର ଆଗରେ ଅଛି। ୨୦୨୧ ମସିହାରୁ, ମହାରାଷ୍ଟ୍ରରେ କୋଟିପତି ପରିବାରରେ ୧୯୪ ପ୍ରତିଶତ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାର GSDP ମଧ୍ୟ ୫୫ ପ୍ରତିଶତ ବୃଦ୍ଧି ପାଇ ୪୦. ଲକ୍ଷ କୋଟି ($୪୮୦ ବିଲିୟନ) ରେ ପହଞ୍ଚିଛି। ଦିଲ୍ଲୀ ଏବଂ ତାମିଲନାଡୁରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ GDP ଅଭିବୃଦ୍ଧି ହୋଇଛି।

ମୁମ୍ବାଇ ପରେ, ଦିଲ୍ଲୀ ୬୮,୨୦୦ କୋଟିପତି ପରିବାର ସହିତ ଦ୍ୱିତୀୟ ସ୍ଥାନରେ ରହିଛିଏବଂ ବେଙ୍ଗାଲୁରୁ ୩୧,୬୦୦ କୋଟିପତି ପରିବାର ସହିତ ତୃତୀୟ ସ୍ଥାନରେ ଅଛି। ଦେଶର ଦଶଟି ପ୍ରମୁଖ ରାଜ୍ୟ ମୋଟ ଦେଶର ୭୯ ପ୍ରତିଶତ କୋଟିପତି ରହୁଛନ୍ତି। ଜୁନ୍ ମାସରେ ପ୍ରକାଶିତ ବିଶ୍ୱର ସବୁଠାରୁ ଧନୀ ସହର ୨୦୨୫ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ କୋଟିପତିଙ୍କ ସଂଖ୍ୟାରେ ୧୨୦ ପ୍ରତିଶତ ବୃଦ୍ଧି ସହିତ ବେଙ୍ଗାଲୁରୁ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଯଥାକ୍ରମେ ୮୨ ପ୍ରତିଶତ ଏବଂ ୬୯ ପ୍ରତିଶତ ବୃଦ୍ଧି ଘଟିଛି।

………………………..