ଆଦର୍ଶ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

Published By : Prameya-News7 Bureau | August 16, 2025 IST

ଛତ୍ରପୁର:  ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟରେ ଥିବା ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୋଲିସ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ଏକ ଗାଡ଼ିରେ କିଛି ଡିଟୋନେଟର ଥିବା ଗାଡିକୁ ତୁମୁଡ଼ିବନ୍ଧ ପୋଲିସ ଜବତ କରିଥିଲା। 

ପରେ ଏହି ଲିଙ୍କ୍‌ରେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ସ୍ଥିତ ବି. ମୋହନ ରେଡ୍ଡିଙ୍କ ଏକ ଆଦର୍ଶ ଗାଈ ଗୁହାଳରେ ମଧ୍ୟ ଚଢ଼ାଉ ହୋଇଥିଲା। ତୁମୁଡ଼ିବନ୍ଧ ପୋଲିସ ଓ ଚମାଖଣ୍ଡି ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ପଥର ବ୍ଲାଷ୍ଟିଂରେ ବ୍ୟବହାର ହେଉଥିବା ବିପୁଳ ପରିମାଣର ଡିଟୋନେଟରକୁ ଜବତ କରାଯାଇଛି। 

ତେବେ କେତେ ପରିମାଣର ଡିଟୋନେଟର ଜବତ କରାଯାଇଛି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ତେବେ ଗ୍ରାମର ବି.ମୋହନ ରେଡ୍ଡୀ ଏହାକୁ ଭଡ଼ା ଦେଇଥିବା ଜଗନ୍ନାଥପୁର ବିଟ ହାଉସ ଇନଚାର୍ଜ ଅରୁଣ ରାଉତ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.