ଚଣ୍ଡିଖୋଲ ୧୪।୦୭ : ଶ୍ରାବଣ ପ୍ରଥମ ସୋମବାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମହାବିନାୟକ ପୀଠରେ ଶ୍ରାବଣ ପ୍ରଥମ ସୋମବାର ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଜଳାଭିଷେକ ପାଇଁ ସକାଳୁ ସକାଳୁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଶ୍ରାବଣର ପ୍ରଥମ ସୋମବାରରେ ଅନେକ ନଦୀ ଘାଟରୁ ନୀତି ନିୟମରେ ପାଣି ଉଠାଇ ବୋଲବମ୍ ଜପ କରି ମହାବିନାୟକ ପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମନ୍ଦିରର ପରିକ୍ରମା କରି ଧୁପ ଦୀପ ଅର୍ପଣ କରିଥିଲେ କାଉଡ଼ିଆ ।ଶ୍ରାବଣ ମାସରେ କାଉଡ଼ିଆଙ୍କ ଭିଡ଼ ଲାଗି ମନ୍ଦିର ଟ୍ରଷ୍ଟ ଓ ବଡ଼ଚଣା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ବିଶ୍ରାମ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ସହ ମନ୍ଦିରର ଆଲୋକୀକରଣ ମଧ୍ୟ କରାଯାଇଛି ।