ମହାକାଶ ଯାତ୍ରା ପାଇଁ ଶୁଭାଂଶୁ ଶୁକ୍ଲାଙ୍କୁ କେତେ ପଡିଲା ଭଡ଼ା? ମହରଗ ଯୁଗରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ

Published By : Prameya-News7 Bureau | July 16, 2025 IST

ବେଙ୍ଗାଲୁରୁ ୧୬।୭:  ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ୧୮ ଦିନ ପ୍ରବାସ ପରେ ମଙ୍ଗଳବାର ପୃଥିବୀକୁ ଫେରି ଆସିଛନ୍ତି। ସେ ସ୍ପେସ୍ ଏକ୍ସ ର ମହାକାସ ମିସନ ଏକ୍ସିଓମ-୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍) ଯାତ୍ରାରେ ଯାଇଥିଲେ। ଏହି ଯାତ୍ରାରେ ଭାରତର ଶୁଭାଂଶୁ ଶୁକ୍ଳାଙ୍କୁ ମିସନ ପାଇଲଟ ଭାବେ ମହାକାଶକୁ ପଠା ଯାଇଥିଲା। ତାଙ୍କ ଟିମରେ ଆମେରିକା କମାଣ୍ଡ ପେଗୀ ହ୍ୱିଟସନ ମିସନ ବିଶେଷଜ୍ଞ ଭାବେ ଯାତ୍ରା କରିଥିଲେ। 

ଏହି ଯାତ୍ରାରେ ଶୁଭାଂଶୁ ଓ ହ୍ୱିଟସନଙ୍କ ବ୍ୟତୀତ ପୋଲାଣ୍ଡର ସ୍ଲାଭୋଜ ଉଜ୍ନାସ୍କି-ଭିସ୍ରିଭସ୍କି ଓ ହଙ୍ଗେରୀର ଟିବୋର କାପୁ ମଧ୍ୟ ସାମିଲ ଥିଲେ। ଏହି ୪ ମହାକାଶଚାରୀ ଜୁନ ୨୫ ତାରିଖ ଦିନ ମହାକାଶ ଯାତ୍ରା କରିଥିଲେ। ତେବେ ଏହି ମିସନରେ ଶୁଭାଂଶୁ ଶୁକ୍ଲାଙ୍କ ନିମନ୍ତେ ସିଟ୍ ବୁକିଂ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ୬୫ ମିଲିୟନ ଡଲାର ଅର୍ଥାତ ୫୪୮ କୋଟି ଟଙ୍କା ପୈଠ କରିଛି। 

ସିବିଏସ୍ ନ୍ୟୁଜ୍ ଡଟକମ୍ ରିପୋର୍ଟ ଅନୁସାରେ ମିସନ ଏକ୍ସିଓମ-୪ ନିମନ୍ତେ ଏକ୍ସିଓମ ସ୍ପେସ୍ ଓ ନାସା ମୋଟ ଖର୍ଚ୍ଚର ବିବରଣୀ ଦେଇ ନାହାନ୍ତି। ତେବେ ଘରୋଇ ମହାକାଶ ମିସନ ବ୍ୟୟ ପ୍ରତି ସିଟ୍ ପାଖାପାଖି ୫୫ରୁ ୭୦ ମିଲିୟନ ଡଲାର ଅର୍ଥାତ ୪୬୦ରୁ ୫୮୫ କୋଟି ଟଙ୍କା ପଡିଥାଏ। ଏଥିରେ ପ୍ରଶିକ୍ଷଣ, ଲଞ୍ଚ ଓ ମିସନର ଅପରେସନ ଆଦି ସାମିଲ ଅଛି। ରିପୋର୍ଟରେ କୁହାଯାଇଛି ଯେ ଏକ୍ସିଓମ-୪ ମିସନରେ ୪ ମହାକାଶଚାରୀ ଅଂଶଗ୍ରହଣ କରିଥିଲେ। ସେହି ଅନୁସାରେ ଅନୁମାନିକ ମୋଟ ବ୍ୟୟ ୨୨୦ରୁ ୨୮୦ ମିଲିୟନ ଡଲାର ଅର୍ଥାତ ୧୮୪୦ କୋଟିରୁ ୨,୩୪୦ କୋଟି ହୋଇଥିବା କୁହାଯାଉଛି। 

ଏହି ବ୍ୟୟ ଏକ୍ସିଓମ ସ୍ପେସ୍, ନାସା ଓ ସହଭାଗୀ ଦେଶ ଯଥା ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ମଧ୍ୟରେ ବଣ୍ଟା ଯାଇଛି। ଏକ୍ସିଓମ-୪ ମିସନରେ ଶୁଭାଂଶୁଙ୍କୁ ସାମିଲ କରିବା ପାଇଁ ଇସ୍ରୋ ତାଙ୍କ ସିଟ୍ ଓ ପ୍ରଶିକ୍ଷଣ ବାବଦ ବ୍ୟୟ ବହନ କରିଛି। ‘ଦି ହିନ୍ଦୁ’ର ଏକ ରିପୋର୍ଟ ଅନୁସାରେ ଏକ୍ସିଓମ-୪ରେ ଶୁଭାଂଶୁ ଶୁକ୍ଲାଙ୍କ ସିଟ୍ ପ୍ରଶିକ୍ଷଣ ଓ ଲଞ୍ଚ ପାଇଁ ଇସ୍ରୋ ପାଖାପାଖି ୫୪୮ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏଥିରେ ନାସା ମାନକ ଅନୁସାରେ ପ୍ରଶିକ୍ଷଣ ମଧ୍ୟ ସାମିଲ ରହିଛି, ଯାହା ଏକ୍ସିଓମ ସ୍ପେସ୍ ଦ୍ୱାରା ଆୟୋଜନ କରାଯାଇଥିଲା। 

ଏକ୍ସିଓମ ସ୍ପେସ୍ ଓ ନାସା ମିସନ ଏକ୍ସିଓମ-୪ରେ ଜଣେ ଆମେରିକୀୟ ମହିଳା ଯାତ୍ରୀ ପେଗୀ ହ୍ୱିଟସନ ମଧ୍ୟ ସାମିଲ ଥିଲେ। ସେ ଜଣେ ବାୟୋ କେମିଷ୍ଟ ଓ ମହାକାଶଚାରୀ ଯିଏ ନାସା ଓ ଏକ୍ସିଓମ ସ୍ପେସ୍ ପାଇଁ କାମ କରିଛନ୍ତି। ଏହି ମିସନ ଲାଗି  ଇସ୍ରୋ ୭ଟି ମାଇକ୍ରୋଗ୍ରାଭିଟି ଗବେଷଣା ଡିଜାଇନ କରିଥିଲେ। ଯେଉଁଥିରେ ମାଇକ୍ରୋଏଲଗୀ, ଟାର୍ଡିଗ୍ରେଡସ୍ ଓ ଫସଲ ବିହନ ଗବେଷଣା ସାମିଲ ଥିଲା। ଏହି ଗବେଷଣା ବ୍ୟୟ ମଧ୍ୟ ୫୪୮ କୋଟି ଟଙ୍କା ମଧ୍ୟରେ ସାମିଲ ଥିଲା।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.