News7 Logo

ନେପାଳରେ କେତେ ସୋସିଆଲ୍ ମିଡିଆ ୟୁଜର ? ଫେସବୁକ୍, ଇନଷ୍ଟା ରେସ୍ ରେ କିଏ ଆଗରେ ? କେଉଁ ଆପ୍ ବେଶି ଲୋକପ୍ରିୟ?

NEWS7
 Nepal

ନୂଆଦିଲ୍ଲୀ : ନେପାଳରେ ସୋସିଆଲ ମିଡିଆ ପାଇଁ ଜଳୁଛି ନେପାଳରାସ୍ତା ଉପରେ ବିଦ୍ରୋହ, ମୁଣ୍ଡ ନୁଆଁଇଛନ୍ତି ଓଲି ସରକାର। ଗାଦିରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଜେନ ଜି କାଟାଗୋରୀ, ଏମାନେ ହିଁ ବିଦ୍ରୋହର ସୂତ୍ରଧରସେମାନଙ୍କର ଯୁକ୍ତି, ସୋସିଆଲ ମିଡିଆ ହୋଉଛି ରୋଜଗାରର ମାଧ୍ୟମ। ଏଥିରୁ ଅର୍ଜିତ ଟଙ୍କାରେ  ସେମାନେ ପରିବାର ଚଳାଉଥିଲେହଠାତ ସୋସିଆଲ ମିଡିଆ ବ୍ୟାନ୍ ଯୋଗୁ ଅନେକ ୟୁଜର ହରାଇଛନ୍ତି ରୋଜଗାର।  ଏନେଇ ସରକାରକଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ଜେନ-ଜିସବୁଠୁ ଅଧିକ ସୋସିଆଲ ମିଡିଆ ବ୍ୟବହାର କରନ୍ତି ଜେନ-ଜି କ୍ୟାଟେଗୋରି। ଅର୍ଥାତ ୧୯୯୭ରୁ ୨୦୨୧ ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିସବୁଠୁ ବଡ଼ କଥା ହେଉଛି ୩ କୋଟି ଲୋକସଂଖ୍ୟା ବିଶିଷ୍ଟ ନେପାଳରେ କେତେ ଲୋକ ସୋସିଆଲ ମିଡିଆ ବ୍ୟବହାର କରନ୍ତି, ଯାହା ପାଇଁ ଜଳୁଛି ସାରା ଦେଶ।

କାଠମାଣ୍ଡୁ ପୋଷ୍ଟର ରିପୋର୍ଟ କହୁଛି ଯେ, ନେପାଳରେ ଅଧିକାଂଶ  ଇଣ୍ଟରନେଟ୍ ୟୁଜର ସୋସିଆଲ୍ ମିଡିଆର ବ୍ୟବହାର କରନ୍ତି।  ଦେଶରେ ମୋଟ୍ ଅନଲାଇନ୍ ଟ୍ରାଫିକ୍ ର ପାଖପାଖି  80 ପ୍ରତିଶତ ଅଂଶ ସୋସିଆଲ୍ ମିଡିଆର।  ଏଥିରେ ଅଧିକାଂଶ  ୟୁଜର ଫେସବୁକ୍, ମେସେଞ୍ଜର , ଇନଷ୍ଟାଗ୍ରାମ୍, ଏକସ୍ ଓ ୟୁଟ୍ୟୁବ ଚାଲାଇଥାନ୍ତି। ରିପୋର୍ଟ ଅନୁସାରେ  ଫେବୃଆରୀ  2024ର ଅଙ୍କ ଅନୁସାରେ , ନେପାଳରେ 13.5  ମିଲିଅନ୍  ଆକ୍ଟିଭ୍ ଫେସବୁକ୍ ୟୁଜର୍ସ, 10.85 ମିଲିଅନ୍ ମେସେଞ୍ଜର ୟୁଜର୍ସ , 3.6 ମିଲିଅନ୍ ଇନଷ୍ଟାଗ୍ରାମ୍ ୟୁଜର୍ସ, 1.5 ମିଲିଅନ୍ ଲିଙ୍କଡିନ୍ ୟୁଜର୍ସ, 466,100 ଏକ୍ସ ୟୁଜର ଅଛନ୍ତି। ଏବେ ଏହା ବଢ଼ି ବି ଥାଇ ପାରେ। 

ଅନ୍ୟପଟେ ନେପାଳ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ । ଏଥିରେ Instagram, Facebook, Messenger, YouTube, X, Reddit, LinkedIn, WhatsApp, Discord, Pinterest, Signal, Threads, Rumble, Line, Imo, Jalo, Soul, Hamro Patro, WeChat, Quora, , Clubhouse, Mi Video, Mi YK3 ଅନ୍ତର୍ଭୁକ୍ତ।  ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂ ସମ୍ଭାବନା ଯୋଗୁଁ ଟେଲିଗ୍ରାମକୁ ଜୁଲାଇ ୨୦୨୫ରେ ପୂର୍ବରୁ ନିଷେଧ କରାଯାଇଥିଲା। ଅଗଷ୍ଟ ୨୦୨୪ରେ TikTokକୁ ମଧ୍ୟ ନିଷେଧ କରାଯାଇଥିଲାକିନ୍ତୁ ନିୟମ ପାଳନ କରିବା ପରେ ଏହାକୁ ପୁନଃ ଆରମ୍ଭ କରାଯାଇଥିଲା ।

ନେପାଳ ସରକାର କହିବା କଥା ହେଲା, ଅଗଷ୍ଟ ୨୮ରେ ନେପାଳ ସରକାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପଞ୍ଜିକରଣ କରିବା, ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରିବା ଏବଂ ଦେଶରେ ଏକ ଯୋଗାଯୋଗ କାର୍ଯ୍ୟାଳୟ ଖୋଲିବା ପାଇଁ ୭ ଦିନ ସମୟ ଦେଇଥିଲେକିନ୍ତୁ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଏକ୍ସ, ରେଡିଟ୍ ଏବଂ ଲିଙ୍କଡିନ୍ ଭଳି ବଡ଼ କମ୍ପାନୀଗୁଡ଼ିକ ଏପରି କରିନଥିଲେ ।
ଫଳସ୍ୱରୂପ
, ସେଗୁଡ଼ିକୁ ବ୍ୟାନ୍ କରାଯାଇଥିଲା । ଇଏ ପ୍ରଥମଥର ନୁହେଁ, ନେପାଳରେ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଉପରେ ପୂର୍ବରୁ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଜୁଲାଇ ମାସରେ ନେପାଳ ସରକାର ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଟେଲିଗ୍ରାମ ଆପ୍ ବ୍ୟାନ୍ କରିଥିଲେ । ଗତ ବର୍ଷ TikTok କୁ ୯ ମାସ ପାଇଁ ବନ୍ଦ କରାଯାଇଥିଲାକମ୍ପାନୀ ନିୟମ ପାଳନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଏହା ଉପରୁ ବ୍ୟାନ ହଟାଇଥିଲେ ନେପାଳ ସରକାର। କିନ୍ତୁ ପ୍ରମୁଖ ପ୍ଲାଟଫର୍ମକୁ ବନ୍ଦ କରିବାରୁ ତାତି ଉଠିଥିଲେ ୟୁଜର୍ସଅନଲାଇନକୁ ବ୍ୟାନ କରିବା ପରେ ଅଫଲାଇନ୍ ଆସିଥିଲେ। ରାଜରାସ୍ତାକୁ ଓହ୍ଲାଇଥିଲେ।