କେତେ ଲୋକ ନେଇଛନ୍ତି କୋଭିସିଲ୍ଡ ଟିକା ? ଜାଣନ୍ତୁ କଣ କହୁଛି ରିପୋର୍ଟ...

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୦୧।୦୫: ଦିନକୁ ଦିନ ବଢୁଛି ହୃଦଘାତ ମାମଲା । ଅନେକ ଲୋକ ଏଥିପାଇଁ କୋଭିଡ ଟିକାକୁ ଦାୟୀ କରୁଛନ୍ତି। ନିକଟରେ ବ୍ରିଟିଶ୍ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନିକା ପ୍ରଥମ ଥର ପାଇଁ ଏହାକୁ ସ୍ବିକାର କରିଛି । କମ୍ପାନୀ ଅନୁଯାୟୀ, କୋଭିଡ-୧୯ ଟିକା ଜଣେ ବ୍ୟକ୍ତିଙ୍କଠାରେ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଭଳି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।

 ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ । ଶରୀରରେ ରକ୍ତ ଜମାଟ ବାନ୍ଧିବା କାରଣରୁ ବ୍ରେନ୍ ଷ୍ଟ୍ରୋକ୍ସ କିମ୍ବା ହୃଦ୍‌ଘାତ ହେବାର ଆଶଙ୍କା ବଢିଥାଏ । ବର୍ତ୍ତମାନ ପ୍ରଶ୍ନ ଆସୁଛି ସାରା ଦେଶରେ କେତେ ଲୋକ ନେଇଛନ୍ତି କୋଭିସିଲ୍ଡ ଟିକା । କମ୍ପାନୀର କହିବା ଅନୁଯାୟୀ କୋଭିଡ୍ ସମୟରେ ଭ୍ୟାକ୍ସିସିନ୍ ଜରିଆରେ ୬୦%ରୁ ଅଧିକ ଜୀବନ ବଞ୍ଚାଯାଇଛି ।

ଆଷ୍ଟ୍ରାଜେନିକାର କହିବା କଥା ହେଉଛି ଭ୍ୟାକ୍ସିନ୍ର ପାର୍ଶ୍ୱ ପ୍ରତିକ୍ରିୟା କେବଳ ଅତି ବିରଳ କ୍ଷେତ୍ରରେ ହୋଇପାରେ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଆଷ୍ଟ୍ରାଜେନିକା ଭାରତର ପୁଣେରେ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଛି । 

ଏଥିସହିତ କରୋନା ମହାମାରୀ ପରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରୁଥିବା ଘଟଣା ଅତି ସାଧାରଣ ହୋଇଗଲାଣି । ସେବେଠାରୁ କୋଭିଡ ଟିକାକୁ ସନ୍ଦେହରେ ଦେଖାଯିବା ଆରମ୍ଭ ହୋଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଆଗାମୀ ସମୟରେ ଏହି ମାମଲାରେ କୌଣସି ଉନ୍ନତି ଦେଖାଯାଉଛି କି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.