ଗୁଜରାଟ ୧୫/୦୬: ନିର୍ବାଚିତ ହେବା ପରେ ବଢିଲା ଅଡୁଆ । ଟିଏମସି ଲୋକସଭା ସାଂସଦ ୟୁସୁଫ ପଠାନଙ୍କୁ ନୋଟିସ ଜାରି କରିଛି ଗୁଜୁରାଟର ବିଜେପି ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) । ଫଳରେ ବଢିଛି ପୂର୍ବତନ ଭାରତୀୟ କ୍ରିକେଟର ତଥା ବାହାମପୁରର ଟିଏମସି ସାଂସଦ । କାରଣ ତାଙ୍କ ନାଁରେ ବେଆଇନ ଭାବେ ଜମି ମାଡିବସିଥିବା ଅଭିଯୋଗ ହୋଇଥିଲା ।
ଏହି ପ୍ରସଙ୍ଗରେ ନିୟମ କହୁଛି ଯେ ଏହି ପ୍ଲଟଗୁଡିକ ସେମାନଙ୍କର ଅଟେ । VMC ଜୁନ୍ ୬ ରେ ନୋଟିସ୍ ଦେଇଥିଲା, କିନ୍ତୁ ଗୁରୁବାର (ଜୁନ୍ ୧୩) ସେମାନେ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସୂଚନାଥାଉକି, ପୂର୍ବତନ ବିଜେପି କାଉନସିଲର ବିଜୟ ପାୱାର ଏହି ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ବିଜୟ ପାୱାର କହିଛନ୍ତି, "ୟୁସୁଫ ପଠାନଙ୍କ ସହ ମୋର କୌଣସି ଶତ୍ରୁତା ନାହିଁ, କିନ୍ତୁ ଟିପି ୨୨ ଅଧୀନରେ ତାଣ୍ଡାଲଜା ଅଞ୍ଚଳରେ ଭିଏମସିର ଏକ ଆବାସିକ ପ୍ଲଟ ଅଛି ।
ୟୁସୁଫ ପଠାନ ଏହି ପ୍ଲଟକୁ ୨୦୨୧ରେ ଦାବି କରିଥିଲେ । କାରଣ ଏହି ପ୍ଲଟ ତାଙ୍କ ଘର ସହିତ ଲାଗିଥିଲା । ସେ ଥିଲେ ଏହାକୁ କିଣିବା ପାଇଁ ବର୍ଗ ମିଟର ପିଛା ୫୭,୦୦୦ ଟଙ୍କା ପ୍ରଦାନ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, 'ତା’ପରେ ଭିଏମସି ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଏହା ସାଧାରଣ ବୋର୍ଡ ବୈଠକରେ ମଧ୍ୟ ପାରିତ ହୋଇଥିଲା । କିନ୍ତୁ ଏ ବାବଦରେ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପ୍ରାଧିକରଣ ରହିଛି ଏବଂ ଏହାର କୌଣସି ଅନୁମୋଦନ ଗ୍ରହଣ କରାଯାଇ ନାହିଁ।
ଯେଉଁଥିପାଇଁ ଏହି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରାଯାଇଥିଲା । ତେବେ ଭିଏମସି ସେହି ସମୟରେ ଜାଣି ପାରିନଥିଲା । ସେ କହିଛନ୍ତି, 'ମୁଁ ବର୍ତ୍ତମାନ ଜାଣିଲି ଯେ ୟୁସୁଫ ପଠାନ ଏହାର ଚାରିପାଖରେ ଏକ କାନ୍ଥ ନିର୍ମାଣ କରି ପ୍ଲଟକୁ ମାଡି ବସିଛନ୍ତି । ଏହି କାରଣରୁ ମୁଁ ମ୍ୟୁନିସିପାଲିଟି କର୍ପୋରେସନକୁ ଅନୁସନ୍ଧାନ କରିବାକୁ କହିଛି ।
ଏ ସମ୍ପର୍କରେ ଭିଏମସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ମିଷ୍ଟ୍ରି କହିଛନ୍ତି ଯେ ଆମେ ଏକ ବିଜ୍ଞପ୍ତି ଜାରି କରିଛୁ । ଆମେ କିଛି ସମୟ ଅପେକ୍ଷା କରିବୁ ଏବଂ ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ଜମି VMC ର ଅଟେ ଏବଂ ଆମେ ଏହାକୁ ଫେରାଇ ଆଣିବା ଆମର ଦାୟିତ୍ୱ ।
ଅବ୍ରହାମ ଏହି ପ୍ରସଙ୍ଗରେ କେରଳ ସରକାର ଯାଇଥିଲେ ଏବଂ ଏହାଦ୍ୱାରା ମନ୍ତ୍ରୀଙ୍କ ଇସ୍ତଫା ଦିଆଯାଇଥିଲା । ଅବ୍ରହାମ ମଧ୍ୟ ସିପିଏମ ନେତୃତ୍ୱାଧୀନ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ ସରକାରଙ୍କ ନିକଟକୁ ଯାଇଥିଲେ ଯେ ସେ ଅନୁଭବ କରିଥିଲେ ଯେ ପ୍ରବାସୀମାନଙ୍କଠାରୁ ସଂଗୃହିତ ୨୦୧୮ ବନ୍ୟା ସହାୟତା ପାଣ୍ଠି ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କେରଳ ସରକାର ୨୦୨୩ ମସିହାରେ ନିଷ୍ପତ୍ତି ନେଇଥିଲେ ଯେ ଏହା ଖାଲି ଘର ଉପରେ ମଧ୍ୟ ଟିକସ ଲାଗୁ କରିବ ।
କେ.ଜି ଅବ୍ରହାମ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ରାଜନୈତିକ ପାଣ୍ଠି ବନ୍ଦ କରିବାକୁ ଘୋଷଣା କରିଥିଲେ । ୨୦୧୮ ରେ କେରଳକୁ ଆସିଥିବା ପ୍ରବଳ ବନ୍ୟା ସମୟରେ ଅବ୍ରହାମ ରାଜ୍ୟବାସୀଙ୍କୁ ଏକ ବଡ଼ ସମର୍ଥନ କରିଥିଲେ। ଦୁଃଖରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ବନ୍ୟା ସହାୟତା ପାଣ୍ଠି ସଂଗ୍ରହ କରିଥିଲେ ।