ଭୁବନେଶ୍ବର ୨୪।୭: ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ବୁଧବାର ତାଙ୍କ ସରକାରୀ କ୍ୱାର୍ଟର୍ସ, ରଣପୁରରେ ଥିବା ଫାର୍ମ ହାଉସ୍, ରାୟଗଡ଼ାର ଗୁଣୁପୁରର ଜଙ୍ଗମ ଷ୍ଟ୍ରିଟ୍ ସ୍ଥିତ ପୈତୃକ ଘର ସହ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହି ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି ।
ବୁଧବାର ଭିଜିଲାନ୍ସ ଟିମ୍ ୪ଟି ସ୍ଥାନରେ ଚଢ଼ାଉ କରିଥିଲା । ବିଏମ୍ସି ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ବଡ଼ଗଡ଼ ପ୍ଲଟ୍ ନମ୍ବର ଆରପି-୧୨ରେ ୩ ମହଲା ଘର । ଯାହା ୪୫୬୦ ବର୍ଗଫୁଟ୍ରେ ଠିଆ ହୋଇଛି । ରାୟଗଡ଼ା ଗୁଣୁପୁରରେ ୨ଟି ଦୁଇ ମହଲା ଘର, ବଡ଼ଗଡ଼ ଓ ଖଣ୍ଡଗିରିରେ ୨ଟି ପ୍ଲଟ୍, ବାଲିଅନ୍ତା ତହସିଲ ରଣପୁର ମୌଜାରେ ରହିଛି ୧.୫୭ ଏକରରେ ଏକ ଫାର୍ମ ହାଉସ୍ । ଉକ୍ତ ଫାର୍ମ ହାଉସ୍ ଭିତରେ ୨ ମହଲା ଘର ରହିଛି । ଗୋଟିଏ ପୋଖରୀ ବି ଅଛି । ଫାର୍ମ ହାଉସରେ କଦଳୀ, ପିଜୁଳି, ଡ୍ରାଗନ୍ ଫ୍ରୁଟ୍, ଅଙ୍ଗୁର, ଲେମ୍ବୁ, ବ୍ଲାକ୍ବେରୀ, ନଡ଼ିଆ ଆମ୍ବ ଓ ଚନ୍ଦନ ଗଛ ଲଗାଯାଇଛି । ଚଢ଼ଉ ସମୟରେ ତାଙ୍କ ବଡ଼ଗଡ଼ ଘରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ବାରାସିଂହା ଶିଙ୍ଘ, ୪୬୦ ଗ୍ରାମ୍ ସୁନା ଅଳଙ୍କାର ମିଳିଛି । ତା’ଛଡା ବ୍ୟାଙ୍କ୍, ବୀମା ଓ ମ୍ୟୁଚୁଆଲ୍ ଫଣ୍ଡରେ ୮୦ ଲକ୍ଷ ୩୫ ଟଙ୍କା ନିବେଶ ହୋଇଛି । ତାଙ୍କ ଘରୁ ୨ଟି ବାଇକ୍ ଓ ୧ଟି କାର୍ ଠାବ ହୋଇଛି । ୭ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ବ୍ୟାଙ୍କରେ ଲକର ରହିଛି । ଚଢ଼ଉରେ ଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ୪ କର୍ମଚାରୀ ସାମିଲ ହୋଇଥିଲେ ।
You Can Read:
ମା’-ପୁଅ ଦୁହିଁଙ୍କ ବୟସରେ ମାତ୍ର ବର୍ଷେ ତଫାତ, ଉଭୟଙ୍କୁ ମିଳୁଛି ସରକାରଙ୍କ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା