ମେଷ- କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ୱ ଓ ଅବସର ଉଭୟ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ଭଲ ଫଳ ଦେବ। ଅନାବଶ୍ୟକ ଅହଂକାର କରନ୍ତୁ ନାହିଁ।
ବୃଷ- ଧନ ଲାଭ ହେବ, ଯାହା ଆପଣଙ୍କ ପରିବାରିକ ଆବଶ୍ୟକତା ପୂରଣ କରିବ। କୌଣସି ପୁରୁଣା ଧନ ଫେରିପାରେ। ବ୍ୟବସାୟରେ ନୂତନ ଯୋଜନା ଲାଗୁ କରିବା ପାଇଁ ଶ୍ରେଷ୍ଠ ସମୟ । ଅନ୍ୟ ଉପରେ ଅତ୍ୟଧିକ ଭରସା କରିବାରୁ ବଞ୍ଚନ୍ତୁ। ମନ ଶାନ୍ତି ପାଇଁ ସନ୍ଧ୍ୟାବେଳେ ଧ୍ୟାନ କରନ୍ତୁ।
ମିଥୁନ- ଚନ୍ଦ୍ର ରାଶିରେ ଥିବାରୁ ଦିନଟି ଅତ୍ୟନ୍ତ ଶୁଭ । ନୂତନ ଅନୁଭବ, ବୃଦ୍ଧି, ଓ ଅନେକ ଅବସର ଆସିପାରେ। କିଛି ପୁରୁଣା ଘଟଣାର ନିର୍ଣ୍ଣୟ ହେବ। ଆତ୍ମବିଶ୍ୱାସ ବଢ଼ିବ ଓ ଜଣେ ବୃଦ୍ଧ ବ୍ୟକ୍ତିଠୁ ଅନୁଗ୍ରହ ମିଳିପାରେ। ଆର୍ଥିକ ଓ ବ୍ୟବସାୟିକ ଯୋଜନାରେ ଧୀର ହେବା ଆବଶ୍ୟକ।
କର୍କଟ- ମନ ଅଜଣା ଦିଗକୁ ଆକୃଷ୍ଟ ହେବ। କୌଣସି ଗୁପ୍ତ ଘଟଣା ବା ପୁରୁଣା ସମସ୍ୟା ଆପଣକୁ ଅପସ୍ମୃତ କରିପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଧନ ଲାଭ ଅଛି କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ମନର ଅସ୍ଥିରତାକୁ ଦୂର କରିବା ପାଇଁ ଶାନ୍ତି ପ୍ରାର୍ଥନା କରନ୍ତୁ।
ସିଂହ- କ୍ଷେତ୍ର ଓ ବୃତ୍ତି ଦୁହିଁ ଦିଗରୁ ଉନ୍ନତି ହେବ। ଅଧିକାରୀଙ୍କ ପ୍ରଶଂସା ଓ ସାହାଯ୍ୟ ମିଳିପାରେ। ସଂପତ୍ତି ବା ଲିଗାଲ୍ ମାମଲାରେ ଅନୁକୂଳ ସମାଧାନ ମିଳିପାରେ । ମିତ୍ର ମଣ୍ଡଳୀ ସହ ଉତ୍ସାହ ରହିବ। ସ୍ଥିର ଧନ ବିନିଯୋଗ ପାଇଁ ଦିନ ଭଲ।
କନ୍ୟା- ଦେଖିଥିବା ସ୍ବପ୍ନକୁ ପ୍ରାୟୋଗିକ କ୍ଷେତ୍ରରେ ରୂପ ଦେଇପାରିବେ। ବ୍ୟବସାୟରେ ନୂତନ ଅବସର ମିଳିପାରେ। ଶରୀର ଥକ୍କା ଓ ମନ କ୍ଷୀଣ ଲାଗିପାରେ କରନ୍ତୁ। ଯାତ୍ରା ଯୋଗ ଅଛି। କିନ୍ତୁ ଯାତ୍ରାରେ ସତର୍କ ରହନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।
ତୁଳା- ନୂତନ ଜ୍ଞାନ ଆହରଣ କରିପାରିବେ। ବ୍ୟବସାୟରେ ଉନ୍ନତି ହେବା ସମ୍ଭାବନା ଅଛି। ଅପେକ୍ଷା କରିଥିବା କାର୍ଯ୍ୟ ଅଗ୍ରଗତି ହେବ। ଧନ ଆଗମନ ହେଲେ ମଧ୍ୟ ଅବାଶ୍ୟକ ବ୍ୟୟ ଦେଖାଯିବ। ଦୂର ଯାତ୍ରା ବା ବିଦେଶ ସଂଯୋଗ ଅଛି।
ବିଛା- ଧନ ଏବଂ ବ୍ୟବସାୟ ଜନିତ ଲାଭ ରହିପାରେ। ପ୍ରେମ ସମ୍ପର୍କ ଓ ବିବାହ ଜୀବନ ମଧୁର ହେବ। ବୃଦ୍ଧି ଓ ପଦୋନ୍ନତି ପାଇଁ ଅନୁକୂଳ ସମୟ। ଆତ୍ମବିଶ୍ୱାସ ବଢ଼ିପାରିବ ଓ ବୁଦ୍ଧିମତା ସହ କାମ କଲେ ଲାଭ ମିଳିବ। ପୂର୍ବତନ ନିଷ୍ପତ୍ତିର ଫଳ ଆସିପାରେ।
ଧନୁ- କାର୍ଯ୍ୟ ଏବଂ ସମ୍ପର୍କ ଦୁହିଁରେ ଶାନ୍ତି ଓ ଉନ୍ନତି ଦେଖାଯିବ। ମନକୁ ନୂତନ ଉତ୍ସାହ ଆସିବ। ଗୁରୁଙ୍କ ଆଶୀର୍ବାଦରେ କୌଣସି ଦୀର୍ଘ କାଳୀନ କାମ ପୂରଣ ହେବ। ଆର୍ଥିକ ଯୋଜନା ମଧ୍ୟ ସଫଳ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଳ୍ପ ଦୁଃଖ ଦେଖାଯିବ, ସତର୍କ ରହନ୍ତୁ।
ମକର- କ୍ଷେତ୍ର ଓ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଓ ଅନୁଭବର ଲାଭ ମିଳିବ । ପରିବାରରେ ଅପେକ୍ଷା ରହିଥିବା କାର୍ଯ୍ୟ ପୂରଣ ହେବ। କିଛି ଆକସ୍ମିକ ଖର୍ଚ୍ଚ ଦେଖାଯିବ। ଅଧିକାରୀ ଓ ବୃଦ୍ଧ ବ୍ୟକ୍ତିଙ୍କ ମତ ଆପଣଙ୍କ ପାଇଁ ଲାଭକାରୀ। ଅସ୍ଥି ଓ ସ୍ନାୟୁ ସମସ୍ୟା ସତର୍କ କରିପାରେ।
କୁମ୍ଭ- ମନରେ ସନ୍ତୋଷ ଓ ଆତ୍ମବିଶ୍ୱାସ ରହିବ। ନୂତନ ପ୍ରେମ ସମ୍ପର୍କ କିମ୍ବା ଦାମ୍ପତ୍ୟରେ ଉନ୍ନତି ଆସିପାରେ। ନୂତନ ଯୋଜନା ଆରମ୍ଭ ପାଇଁ ସଠିକ୍ ଦିନ। ଶିକ୍ଷା, ଆବିଷ୍କାର, କିମ୍ବା ପ୍ରଶିକ୍ଷଣ ଯୋଗ ଅଛି।
ମୀନ- ଆର୍ଥିକ ବ୍ୟବସ୍ଥା ଦୃଢ଼ ହେବ। ଦାମ୍ପତ୍ୟ ଓ ପରିବାରିକ ଜୀବନ ମଧୁର ଓ ଶାନ୍ତିପୂର୍ଣ୍ଣ ରହିବ। ଜୀବନ ସାଥୀ ସହ ଗଭୀର ଅନୁଭୂତି ହେବ। କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ପରାମର୍ଶ ମିଳିପାରେ। ଅନୁଷ୍ଠାନ କିମ୍ବା ପୂଜାରେ ଭାଗ ନେଲେ ମନ ଶାନ୍ତି ମିଳିବ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682