ମେଷ- ଦ୍ଵାଦଶ ଚନ୍ଦ୍ର, ଅନେକ ଆଶା ଲାଗି ରହିବ। ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ କିଛି ସମସ୍ୟା ହୋଇପାରେ। ଭାଇ ଓ ଭଉଣୀମାନଙ୍କ ସମର୍ଥନ ପାଇବେ।
ବୃଷ- ପରିବାରରେ ଖୁସିର ବାତାବରଣ ରହିବ। ବାହ୍ୟ ସ୍ଥାନରୁ ପୁରସ୍କୃତ ହେବେ। ଆତ୍ମବିଶ୍ୱାସ ମଧ୍ୟ ପୂର୍ଣ୍ଣ ହେବ। ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପରିଶ୍ରମ ଅଧିକ ହେବ` ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।
ମିଥୁନ- କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ସମ୍ଭାବନା ରହିଛି।
କର୍କଟ- ଅଯଥା ବ୍ୟୟ ଯୋଗ ରହିଛି। ଆତ୍ମବିଶ୍ୱାସ ରହିବ, କିନ୍ତୁ ମନ ଅସୁବିଧାରେ ପଡ଼ିପାରେ । ପରିବାରର ସମର୍ଥନ ପାଇବେ। ବନ୍ଧୁଙ୍କ ସାହାଯ୍ୟରେ ଆୟର ଉତ୍ସ ବିକାଶ ହୋଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ।
ସିଂହ- ମନ ବିଚଳିତ ହୋଇପାରେ। କର୍ମ କ୍ଷେତ୍ରରେ ଅସୁବିଧା ହୋଇପାରେ। ବନ୍ଧୁଙ୍କଠାରୁ ବ୍ୟବସାୟିକ ପ୍ରସ୍ତାବ ପାଇପାରିବେ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବା ଲାଭଦାୟକ ହେବ। ବିଦ୍ୟାର୍ଥୀ ଅମାନଯୋଗୀ ହେବେ।
କନ୍ୟା- ମନ ଖୁସି ହେବ, ଚାକିରିରେ ଥିବା ଅଧିକାରୀଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଲାଗି ରହିବ ।
ତୁଳା- ପରିବାରରେ ସୁଖ ସନ୍ତୋଷ ଲାଗି ରହିବ। ମାନସିକ ଶାନ୍ତି ରହିବ, କିନ୍ତୁ ଆତ୍ମବିଶ୍ୱାସର ଅଭାବ ରହିବ। ଚାକିରି ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ।
ବିଛା- ସୁଖ ହାନି ହୋଇପାରେ। ଆତ୍ମ ନିୟନ୍ତ୍ରଣରେ ରୁହନ୍ତୁ। ପାରିବାରିକ ଜୀବନ ମଧ୍ୟମ ରହିବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ପରିଶ୍ରମ ଅଧିକ ହେବ। ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।
ଧନୁ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ହେଲେ ମଧ୍ୟ ମନରେ ଉତ୍ଥାନ-ପତନ ଲାଗି ରହିବ। ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନ ଯନ୍ତ୍ରଣାଦାୟକ ହୋଇପାରେ । ଅଧିକ ଖର୍ଚ୍ଚ ହେବ।
ମକର- ବଚନରେ ମଧୁରତା ରହିବ, କିନ୍ତୁ ଧୈର୍ଯ୍ୟର ଅଭାବ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ପରିବାରର ସମର୍ଥନ ପାଇବେ। ଶୈଖିକ କାର୍ଯ୍ୟରୁ ଆୟ ବୃଦ୍ଧି ପାଇବ।
କୁମ୍ଭ- ମନ ଖୁସି ହେବ, କିନ୍ତୁ ସଂଯମ ମଧ୍ୟ ରହିବ। କ୍ରୋଧରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ।ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରର ସମର୍ଥନ ପାଇବେ।
ମୀନ- ସର୍ବ କାର୍ଯ୍ୟ ସଫଳ ହେବ। ମନରେ ଶାନ୍ତି ଏବଂ ସୁଖ ରହିବ। ଚାକିରି, କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପରିଶ୍ରମ ଅଧିକ ହେବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିତାମାତାଙ୍କ ସମର୍ଥନ ପାଇବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682