2025 XL750 Transalp ବାଇକ୍ ଲଞ୍ଚ କଲା ହୋଣ୍ଡା

Published By : Prameya-News7 Bureau | June 16, 2025 IST

indiatoday

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତରେ ଏହାର 2025 XL750 Transalp ମୋଟରସାଇକେଲ ଲଞ୍ଚ କରିଛି। ଯାହାର ଏକ୍ସ ଶୋ-ରୁମ ମୂଲ୍ୟ ୧୦,୯୯,୯୯୦ ଟଙ୍କା ରଖାଯାଇଛି। ଏହି ଆଡଭେଞ୍ଚର-ଟୁରିଂ ମୋଟରସାଇକେଲ୍ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦେଶବ୍ୟାପୀ ହୋଣ୍ଡାର ପ୍ରିମିୟମ୍ ବିଗୱିଙ୍ଗ ଡିଲରସିପ୍‌ରେ ବୁକିଂ ଖୋଲା ଅଛି। ତେବେ ଗ୍ରାହକଙ୍କୁ ଏହାର ଡେଲିଭରି ଜୁଲାଇରେ ଦିଆଯିବ।

ନୂଆ XL750 Transalp ସହରାଞ୍ଚଳ ଯାତାୟାତ ଏବଂ ଆବୁଡ଼ାଖାବୁଡ଼ା ରାସ୍ତାରେ ସହଜରେ ଯିବା ପାଇଁ ବାଇକ୍‌ରେ ଅଫ୍-ରୋଡ୍ ଇଞ୍ଜିନିୟରିଂ କରାଯାଇଛି। ଲଞ୍ଚ ଅବସରରେ HMSIର ସଭାପତି ଏବଂ ସିଇଓ, ଏମ୍‌ଡି, ସୁତଶୁମୁ ଓଟାନୀ କହିଛନ୍ତି, "ଟ୍ରାନସାଲ୍ପ ଦୀର୍ଘଦିନ ଧରି ନିର୍ଭରଯୋଗ୍ୟ ଦୁଃସାହସିକ ପର୍ଯ୍ୟଟନର ପ୍ରତୀକ ହୋଇଆସିଛି। ଏହି ନୂଆ ମଡେଲ ସହ, ଆମେ ଭାରତୀୟ ମୋଟରସାଇକେଲ ଆରୋହୀଙ୍କ ନିକଟତର ବିଶ୍ୱସ୍ତରୀୟ ମୋଟରସାଇକେଲିଂ ଆଇକନଗୁଡ଼ିକୁ ଆଣିବାକୁ ଲକ୍ଷ୍ୟ ରଖିଛୁ।"

ହୋଣ୍ଡାର ପ୍ଳାଗ୍‌ସିପ ବାଇକ ଆଫ୍ରିକା ଟ୍ୱିନ ଡିଜାଇନ୍‌ ଭଳି XL750 Transalpର ଡିଜାଇନ କରାଯାଇଛି। ଏରୋଡାଇନାମିକ୍ ଫ୍ରଣ୍ଟ ଭାଇଜର,ଏକ ଡୁଆଲ୍ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ସେଟଅପ୍ ଦିଆଯାଇଛି। ସେହିପରି ଏଥିରେ ଦିଆଯାଇଥିବା ନୂଆ ୫-ଇଞ୍ଚର ଫୁଲ କଲର ଟିଏଫ୍‌ଟି ଡିସପ୍ଲେ ଟାଣ ଖରାରେ ବି ପଢ଼ି ହେବ।

ସେହିପରି କନେକ୍ଟିଭିଟି ହୋଣ୍ଡା ରୋଡସିଙ୍କ ସିଷ୍ଟମ ମାଧ୍ୟମରେ ରହିଛି। ଯାହା କଲ୍/ଏସଏମଏସ ଆଲର୍ଟ, ଟର୍ନ-ବାଇ-ଟର୍ନ ନାଭିଗେସନ୍ ଏବଂ ମ୍ୟୁଜିକ କଣ୍ଟ୍ରୋଲ ପାଇଁ ବ୍ଲୁଟୁଥ୍ ପେୟାରିଂକୁ ବ୍ୟବସ୍ଥା ରହିଛି। ଅନ୍ୟାନ୍ୟ ସୁବିଧା ମଧ୍ୟରେ ଜରୁରୀକାଳୀନ ଷ୍ଟପ୍ ସିଗନାଲ, ଅଟୋ ଟର୍ଣ୍ଣ ସିଗନାଲ କ୍ୟାନସେଲିଂ, ଏବଂ ପାଞ୍ଚଟି କଷ୍ଟମାଇଜେବଲ୍ ରାଇଡିଂ ମୋଡ୍ - ସ୍ପୋର୍ଟ, ଷ୍ଟାଣ୍ଡାର୍ଡ, ରେନ୍, ଗ୍ରେଭେଲ୍ ଏବଂ ୟୁଜର ଆଦି ଏକ ଥ୍ରୋଟଲ୍-ବାଇ-ୱାୟାର ସିଷ୍ଟମ ମାଧ୍ୟମରେ ପରିଚାଳିତ ହେଉଛି। 

ପରଫରମାନ୍ସ ଏବଂ ହାର୍ଡୱେୟାର

୭୫୫ସିସି ଲିକ୍ୟୁ-କୁଲ୍ଡ, ପାରାଲାଲ-ଟ୍ୱିନ୍ ଇଞ୍ଜିନ୍ ଦିଆଯାଇଛି, ଯାହା ୯,୫୦୦ ଆରପିଏମରେ ୯୦ବିଏଚପି ଏବଂ ୭,୨୫୦ ଆରପିଏମ୍‌ରେ ୭୫ଏନ୍‌ଏମ ଟର୍କ ଉତ୍ପାଦନ କରେ। ୬-ସ୍ପିଡ୍ ଗିଅରବକ୍ସ ଏବଂ ଆସିଷ୍ଟ/ସ୍ଲିପର କ୍ଲଚ୍ ସହ ଏହି ବାଇକ୍ ଉଭୟ ଭଲ ଓ ଆବୁଡ଼ାଖାବୁଡ଼ା ରାସ୍ତାରେ ବି ଚାଲିପାରିବ। XL750 Transalp ବାଇକ୍‌ଟି ଦୁଇଟି ରଙ୍ଗରେ ଉପଲବ୍ଧ ହେବ - ରସ୍ ହ୍ୱାଇଟ୍ ଏବଂ ଗ୍ରାଫାଇଟ୍ ବ୍ଲାକ୍‌ କଲରରେ ଉପଲବ୍ଧ ହେବ।

ଏହି ବାଇକ୍‌ଟି ୨୧ ଇଞ୍ଚର ଫ୍ରଣ୍ଟ ଏବଂ ୧୮ ଇଞ୍ଚର ପଛ ସ୍ପୋକ୍ଡ ହ୍ୱିଲ୍‌ ସେଟଅପ୍‌ରେ ଥିବା ବେଳେ ଏଥିରେ ଡୁଆଲ୍ ୩୧୦ମିମି ଫ୍ରଣ୍ଟ ଡିସ୍କ ଏବଂ ୨୫୬ମିମି ରିୟର ଡିସ୍କ ବ୍ରେକ୍ ରହିଛି। ଏସବୁ ଡୁଆଲ୍-ଚ୍ୟାନେଲ୍ ABS ଦ୍ୱାରା ସପୋର୍ଟେଡ୍ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.