ନୂଆଦିଲ୍ଲୀ ୧୬।୦୭: ହିଟଲରଙ୍କୁ ସର୍ବଶ୍ରେଷ୍ଠ ଏକଛତ୍ରବାଦୀ ଶାସକ ଭାବରେ ବିବେଚନା କରାଯାଏ। ବହୁତ କମ୍ ଲୋକ ଜାଣନ୍ତି ଯେ ଆଡଲଫ୍ ହିଟଲରଙ୍କ ସ୍ୱପ୍ନ ଥିଲା ବିଶ୍ୱର ସବୁଠାରୁ ପ୍ରସିଦ୍ଧ କଳାକାର ହେବା । କିନ୍ତୁ ସେ ଜଣେ ଏକଛତ୍ରବାଦୀ ଶାସକ ହୋଇ ଯାଇଥିଲେ। ଯଦି ଆମେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ଭୂମିକା ବିଷୟରେ କଥା ହେବା, ତେବେ ସେହି ସମୟରେ ହିଟଲରଙ୍କ ଭୂମିକା ବିନାଶକାରୀ ଥିଲା ।
ଜର୍ମାନୀର ଏକଛତ୍ରବାଦୀ ଶାସକ ଭାବରେ ସେ ଯୁଦ୍ଧ ଆରମ୍ଭ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହିଟଲରଙ୍କ ବିସ୍ତାରବାଦୀ ଚିନ୍ତାଧାରା, ଆକ୍ରମଣାତ୍ମକ ବୈଦେଶିକ ନୀତି ଏବଂ ୟିହୂଦୀମାନଙ୍କ ପ୍ରତି ଘୃଣା ଯୁଦ୍ଧ ଏବଂ ବିନାଶର କାରଣ ପାଲଟିଥିଲା। ଯଦି ହିଟଲର ସେଠାରେ ନ ଥାନ୍ତେ, ତେବେ ହୁଏତ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇନଥାନ୍ତା । କିନ୍ତୁ ଜାଣନ୍ତି କି ହିଟଲର ରକ୍ତରେ ଚାଲିବା ପାଇଁ ଏକ ଟ୍ୟାଙ୍କ ନିର୍ମାଣ କରୁଥିଲେ? ଆସନ୍ତୁ ଜାଣିବା।
କେହି କ୍ୱଚିତ୍ ଶୁଣିଥିବେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ତାଙ୍କ ଇଞ୍ଜିନିୟରମାନଙ୍କ ସହିତ ଏକ ଟ୍ୟାଙ୍କ ନିର୍ମାଣ କରୁଥିଲେ । ଯାହା ଜୀବିତ ମଣିଷଙ୍କ ରକ୍ତରେ ଚାଲିବା ପାଇଁ ଥିଲା। ଏହି ଟ୍ୟାଙ୍କର ନାଁ ଥିଲା ଲ୍ୟାଣ୍ଡକ୍ରୁଜର ପି ୧୦୦୦ ରାଟେ । ଯାହା ବିଶ୍ୱର ସବୁଠାରୁ ଭାରୀ ଟ୍ୟାଙ୍କ ଥିଲା। ଏହା ଏକ ୧୦୦୦ ଟନ୍ର ଭାରୀ ଯାନ ଥିଲା । ଏହାର ଡିଜାଇନ୍ ୧୯୪୨ ମସିହାରେ କ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ଏଡୱାର୍ଡ ଗ୍ରୋଥଙ୍କ ଦ୍ୱାରା କରାଯାଇଥିଲା ପ୍ରସ୍ତୁତ । ଯେତେବେଳେ ହିଟଲରଙ୍କୁ ଏହି ପ୍ରକଳ୍ପ ପସନ୍ଦ ଆସିଥିଲା ସେ ଏଥିରେ ଆଗ୍ରହ ଦେଖାଇଥିଲେ । ଆଉ ଏହାକୁ ଅନୁମୋଦନ ଦେଇଥିଲେ ।
ତେବେ କଣ ଥିଲା ଏହି ଟ୍ୟାଙ୍କର ବିଶେଷତ୍ବ ? ଲ୍ୟାଣ୍ଡକ୍ରୁଜର ପି ୧୦୦୦ ରାଟେର ଲମ୍ବ ୩୫ ମିଟର, ପ୍ରସ୍ଥ ୧୪ ମିଟର ଏବଂ ଉଚ୍ଚତା ୧୧ ମିଟର ଥିଲା। ଏହାର ମୁଖ୍ୟ ଅସ୍ତ୍ରଶସ୍ତ୍ର ଥିଲା ୨୮୦ ମିମି SK C/୩୪ ନୌସେନା ବନ୍ଧୁକ, ୧୨୮ ମିମି KwK ୪୪ ବନ୍ଧୁକ, ଏହା ବ୍ୟତୀତ ଦୁଇଟି ତୋପ ୧୫ ମିମି MG ୧୫୧/୧୫ ତୋପ, ଏବଂ ୨୦ ମିମି ଓରଲିକନ୍ ତୋପ ସ୍ଥାପିତ ହୋଇଥିଲା। ଏହାର ଇଞ୍ଜିନ୍ ଥିଲା ୮ଟି ଡାଇମଲର-ବେଞ୍ଜ MB ୫୦୧ ଡିଜେଲ୍ ସାମୁଦ୍ରିକ ଇଞ୍ଜିନ୍ ଏବଂ ଏଥିରେ ୨୦-୪୦ ଜଣ ଲୋକ ଚଢ଼ିପାରିବେ ।
୨୩ ଜୁନ୍ ୧୯୪୨ରେ ଜର୍ମାନ ଅସ୍ତ୍ରଶସ୍ତ୍ର ମନ୍ତ୍ରଣାଳୟ ୧୦୦୦ ଟନ୍ ଟ୍ୟାଙ୍କ ପାଇଁ ଏକ ପ୍ରସ୍ତାବ ଦେଇଥିଲା। ହିଟଲର ଏହି ପ୍ରକଳ୍ପରେ ଆଗ୍ରହୀ ଥିଲେ ଏବଂ ଏହାକୁ ଅନୁମୋଦନ କରିଥିଲେ । ପି ୧୦୦୦ ରାଟ୍ କେବେ ବି ବାସ୍ତବିକ ରୂପରେ ନିର୍ମାଣ ହୋଇନଥିଲା କାରଣ ଏହା ବଡ଼ ଏବଂ ଭାରୀ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ କେବେ ଏକ ପ୍ରକୃତ ଟ୍ୟାଙ୍କ ଭାବରେ କାର୍ଯ୍ୟକାରୀ କରାଯାଇ ନଥିଲା।
ତେବେ କୁହାଯାଏ କି ହିଟଲର କଏଦୀ ଏବଂ ୟିହୂଦୀମାନଙ୍କ ଶରୀରରୁ ରକ୍ତ ବାହାର କରି ଟ୍ୟାଙ୍କରେ ସ୍ୱତନ୍ତ୍ର ହାଇଡ୍ରୋଲିକ୍ ସିଷ୍ଟମରେ ରଖି ଏହି ଟ୍ୟାଙ୍କ ଚଲାଇବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ଆଲୋଇସ୍ ସ୍ପିଅର୍ ଏହା ଜାଣିପାରିଲେ ପ୍ରୋଜେକ୍ଟକୁ ବନ୍ଦ କରିଦିଆଗଲା। ୧୯୪୩ ପ୍ରାରମ୍ଭରେ ଅସ୍ତ୍ରଶସ୍ତ୍ର ମନ୍ତ୍ରୀ ଆଲବର୍ଟ ସ୍ପିଅର୍ ଦ୍ୱାରା ପ୍ରକଳ୍ପକୁ କରାଯାଇଥିଲା ବାତିଲ ।