News7 Logo

ନାବାଳିକା ପ୍ରତି ବାରମ୍ବାର ଦୁଷ୍କର୍ମ ଓ ଗର୍ଭବତୀ କରିବା ଅପରାଧରେ ଐତିହାସିକ ରାୟ, ୬୩ ବର୍ଷ ଜେଲ ଖଟିବ ଅଭିଯୁକ୍ତ

NEWS7
court

ତିରୁଅନ୍ତପୁରମ ୧୫।୯:  କେରଳର ଏକ ଫାଷ୍ଟଟ୍ରାକ କୋର୍ଟ ନାବାଳିକା ପ୍ରତି ବାରମ୍ବାର ଦୁଷ୍କର୍ମ ଓ ତାକୁ ଅନ୍ତସତ୍ୱା କରିବା ଅଭିଯୋଗରେ ଐତିହାସିକ ଦଣ୍ଡ ଘୋଷଣା କରିଛନ୍ତି। ଅଭିଯୁକ୍ତର ଦୋଷ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ତାକୁ ୬୩ବର୍ଷ ଜେଲଦଣ୍ଡ ଓ ୫୫ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଜରିମନା ଅନାଦେୟ କ୍ଷେତ୍ରରେ ଦଣ୍ଡଅବଧିକୁ ଆହୁରି ଅଧିକ ୩ ବର୍ଷ ୬ ମାସ ବୃଦ୍ଧି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ଅଞ୍ଜୁ ମୀରା ବିରଳା କହିଛନ୍ତି ଯେ ଜରିମନା ରାଶି ପୀଡ଼ିତାକୁ ଦିଆଯିବ। ଏହି ମାମଲା ନଭେମ୍ବର ୨୦୨୨ର । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପ୍ରଥମେ ପୀଡ଼ିତାଙ୍କ ନିକଟତର ହୋଇଥିଲା । ସେତେବେଳେ ପୀଡ଼ିତା ମାତ୍ର ୮ ବର୍ଷ ବୟସର ହୋଇଥିଲେ। ଦିନେ ସେ ପୀଡିତାକୁ ନିଜ ଖାଲି ଘରକୁ ନେଇ ଯାଇଥିଲା ଓ ତାର ଯୌନ ଶୋଷଣ କରିଥିଲା। ପରେ ନାବାଳିକା ଅନ୍ତସତ୍ୱା ହୋଇଥିଲା ଓ ଏ କଥା ସେତେବେଳେ ଜଣା ପଡିଲା ଯେତେବେଳେ ତାକୁ ହସ୍ପିଟାଲ ନିଆଗଲା।

ଏ ସମ୍ପର୍କରେ ମେଡିକାଲ ଷ୍ଟାଫ ପୋଲିସକୁ ସୂଚିତ କରିଥିଲେ  ଓ ପୀଡ଼ିତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଗର୍ଭପାତ କରାଯାଇଥିଲା। ମାମଲାର ଯାଞ୍ଚରେ ଡିଏନଏ ଟେଷ୍ଟ ହୋଇଥିଲା ଓ ଅଭିଯୁକ୍ତ ନା ବାଳିକା ପ୍ରତି ଦୁଷ୍କର୍ମ କରିଥିବା ପ୍ରାମାଣିତ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ନାବାଳିକାକୁ ହଇରାଣ କରିବା ଅଭିଯୋଗରେ ଅଭିଯୁକ୍ତ ପୂର୍ବରୁ ଜୁଭେନାଇନଲ କୋର୍ଟରେ ଅଭିଯୋଗର ସମ୍ମୁଖୀନ ହୋଇଥିଲା। ତେବେ ସେ ଜାମିନରେ ମୁକୁଳିବା ପରେ ପୁଣି ଥରେ ନା ବାଳିକା ପ୍ରତି ଅତ୍ୟାଚାର କରିଥିଲା। ପୋଲିସ ଅନୁସାରେ ପ୍ରଥମେ ସେ ନାବାଳିକାକୁ ଅପହରଣ କରିଥିଲା ଓ ମନାକୌଡର ଏକ ନିର୍ଜନ ସ୍ଥାନରେ ତା ପ୍ରତି ଦୁଷ୍କର୍ମ କରିଥିଲା। ଏହି ମାମଲା ଏବେବି କୋର୍ଟରେ ବିଚାରାଧୀନ ରହିଛି।