ଭଦ୍ରକ: କାଉଡ଼ିଆଙ୍କ ପାଦ ଧୋଇବା ସହ ପାଦ ସେବା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୋଠାର ଛକଠାରେ କ୍ୟାମ୍ପରେ କାଉଡ଼ିଆଙ୍କୁ ଖାଦ୍ୟ ଦେବା ସହ ପାଦ ସେବା କରିଛନ୍ତି ମନ୍ତ୍ରୀ ।
ପ୍ରାୟ ୩ ବର୍ଷ ହେବ ସୂର୍ଯ୍ୟବଂଶୀ ଶ୍ରାବଣ ମାସରେ କାଉଡ଼ିଆଙ୍କ ସେବା କରିଆସୁଥିବାବେଳେ ଏଥର ମଧ୍ୟ ଶ୍ରାବଣ ମାସରେ ଆରଡ଼ି ଅଭିମୁଖେ ଆଖଣ୍ଡଳମଣୀଙ୍କୁ ଜାଳଭିଷେକ କରିବା ପାଇଁ ଯାଉଥିବା କାଉଡ଼ିଆଙ୍କ ପାଦ ସେବା କରିଛନ୍ତି । ଏହା ସହ ବାବା ଆଖଣ୍ଡଳମଣୀଙ୍କ ନିକଟରେ ସମସ୍ତ ଶ୍ରଦ୍ଧାଳୁଙ୍କ ସହ ଓଡ଼ିଶାବାସୀଙ୍କ ଶୁଭ ସମୃଦ୍ଧି କାମନା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।