ହିରୋ ମୋଟୋକର୍ପ ସିଇଓଙ୍କ ଇସ୍ତଫା, କମ୍ପାନିର ଶୀର୍ଷ ସ୍ତରରେ ବଡ଼ ପରିବର୍ତ୍ତନ

Published By : Prameya-News7 Bureau | January 31, 2025 IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଇ ଚକିଆ କମ୍ପାନି ହିରୋ ମୋଟୋକର୍ପ ସିଇଓ ନିରଞ୍ଜନ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । କମ୍ପାନି ଶୁକ୍ରବାର ଇକ୍ୱିଟି ମାର୍କେଟ୍ କାରବାର ବନ୍ଦ ହେବା ପରେ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନି ଏହି ସୂଚନା ଦେଇଛି । କମ୍ପାନି ସୂଚନା ଅନୁସାରେ ୨୦୨୫ ଏପ୍ରିଲ୍ ୩୦ ତାଙ୍କର ଶେଷ କାର୍ଯ୍ୟଦିବସ ହେବ । ୨୦୧୭ ମସିହାରୁ ନିରଞ୍ଜନ ଗୁପ୍ତା କମ୍ପାନି ସହ ରହିଆସିଥିଲେ । କମ୍ପାନିର ଏକ୍ସଜିକ୍ୟୁଟିଭ୍ ଡାଇରେକ୍ଟର (ଅପରେସନ) ବିକ୍ରମ କାସବେକର କାର୍ଯ୍ୟକାରୀ ସିଇଓ ହେବେ । 

ହିରୋ ମୋଟୋକର୍ପ ସିଇଓ ନିରଞ୍ଜନ ଗୁପ୍ତା ୨୦୨୫ ଏପ୍ରିଲ୍ ୩୦ ଯାଏ ନିଜ ଦାୟିତ୍ୱ ତୁଲାଇବେ । ଏହାପରେ ମେ ୧ରୁ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ (ପରିଚାଳନା) ବିକ୍ରମ କାସବେକର କାର୍ଯ୍ୟକାରୀ ସିଇଓ ହେବେ । ସେହିପରି କମ୍ପାନିର ଚିଫ୍ ପ୍ରୋକ୍ୟୁରମେଣ୍ଟ ଅଫିସର୍ ରାମ କୁପ୍ପୁସ୍ୱାମୀ ଏପ୍ରିଲ୍ ୧ରୁ ମୁଖ୍ୟ ଅପରେସନ ଅଫିସର (ମେନ୍ୟୁଫ୍ୟାକ୍ଚରିଂ) ଦାୟିତ୍ୱ ତୁଲାଇବେ । ସେହିପରି ନ୍ୟାସନାଲ୍ ସେଲ୍ସ ହେଡ୍ (ଇଣ୍ଡିଆ ବିଜନେସ୍ ୟୁନିଟ) ଆଶୁତୋଷ ବର୍ମା ମେ ୧ରୁ ଚିଫ୍ ବିଜନେସ୍ ଅଫିସର ହେବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.