ଲଘୁଚାପ ପ୍ରଭାବରେ ଆହୁରି ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

Published By : Prameya-News7 Bureau | August 14, 2025 IST

News7

ଭୁବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗରରେ  ସକ୍ରିୟ ଲଘୁଚାପ ପ୍ରଭାବରେ  ଆଗାମୀ   ୫ ଦିନ  ଯାଏ  ପ୍ରବଳ ବର୍ଷା ଲାଗିରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିବ।   ଆସନ୍ତା  ୨୪ ଘଣ୍ଟାରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡା ଓ ଗଜପତିକୁ ଓରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି  କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କୋରାପୁଟ, ମାଲକାନଗିରି,  ଗଞ୍ଜାମ, ନୟାଗଡ, କଳାହାଣ୍ଡି, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଟକ ଓ ଯାଜପୁରରେ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି   ଅଧିକାଂଶ ଅର୍ଥାତ ୨୩ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାକୁ  ଥିବା ବେଳେ କୋରାପୁଟ ନବରଙ୍ଗପୁର ରାୟଗଡା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରି  କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଏ  ପ୍ରବଳ ବର୍ଷାର ସମ୍ଭାବନା  ଦେଇଛି ବିଭାଗ। 

Also read: ଘୁଞ୍ଚିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ।ତେଣୁ ୧୩  ଓ ୧୫   ତାରିଖ ଯାଏ  ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ  ସକ୍ରିୟ ଲଘୁଚାପ ପ୍ରଭାବରେ  ଆଗାମୀ   ୫ ଦିନ  ଯାଏ  ପ୍ରବଳ ବର୍ଷା ଲାଗି ରହିବ। 

ଏପଟେ ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୭୭.୫  ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୭୨୪.୮  ମିମି  ରେକର୍ଡ ହୋଇଛି। ରାଜ୍ୟରେ ଏବେବି ୭ ପ୍ରତିଶତ କମ ବର୍ଷା ରେକର୍ଡ  ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ,୪ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। 

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ କମିବ । ପ୍ରବଳ ବର୍ଷା ନୁହେଁ ତୁହା ତୁହା ବର୍ଷା ହେବ କିନ୍ତୁ ହାଲକାରୁ ମଧ୍ୟମ ଧରଣର । ଗତ ୨୪ ଘଣ୍ଟାରେ  ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା  ସହ ୨ ଟି ସ୍ଥାନରେ  ପ୍ରବଳ ବର୍ଷା ରେକଡ଼ ହୋଇଥିବା ବେଳେ ସର୍ବାଧିକ ବର୍ଷା ନବରଙ୍ଗପୁର ଡାବୁଗାଁରେ ସର୍ବାଧିକ ୮୨   ମିମି  ରେକର୍ଡ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.