News7 Logo

ସାବଧାନ !  ଆସୁଛି 'ଲା ନିନା', ମୁଷଳ ଧାରାରେ ବର୍ଷା ସାଙ୍ଗକୁ ହେବ ହାଡ଼ଭଙ୍ଗା ଶୀତ

NEWS7
torrential rains

ନୂଆଦିଲ୍ଲୀ:  ବିଶ୍ୱ ପାଣିପାଗ ସଂଗଠନର ସତର୍କବାଣୀ। ବିଶ୍ୱ ଦେଖିବ ପ୍ରକୃତିର ଭିନ୍ନ ଏକ ରୂପ... ମୂଷଳ ବର୍ଷାକୁ, ଥରାଇବ ଜାଡ଼। ସାବଧାନ ଓ ସତର୍କ ହୋଇ ଯାଆନ୍ତୁ।  ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିବିଶେଷକରି ପଞ୍ଜାବ ଏବଂ ହରିୟାଣାରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହି ସମୟରେ, ବିଶ୍ୱ ପାଣିପାଗ ସଂଗଠନ (WMO) ପୂର୍ବାନୁମାନ କରିଛି ଯେ ସେପ୍ଟେମ୍ବରରେ ହୋଇପାରେ ଅଧିକ ବର୍ଷା ଏହା ସହ ଅନୁଭୂତ ହେବ ହାଡ଼ ଭଙ୍ଗା ଶୀତ। କାରଣ ସେପ୍ଟେମ୍ବରରେ  ଆସୁଛି 'ଲା ନିନା'ଏହା ପାଗ ଏବଂ ଜଳବାୟୁ ଉପରେ ପକାଇବ ଗଭୀର ପ୍ରଭାବ ଲା ନିନା ପ୍ରଭାବ ଯୋଗୁଁ ଶୀତ ଦିନଗୁଡ଼ିକରେ ତାପମାତ୍ରାରେ ବଡ଼ ହ୍ରାସ ହେବାର ସମ୍ଭାବନା ରହିଛି। ଏହି କାରଣରୁ ଉତ୍ତର ଭାରତରେ ହୋଇପାରେ ହାଡ଼ଭଙ୍ଗା ଶୀତ

ରିପୋର୍ଟରେ କୁହାଯାଇଛି ଯେ 'ଲା ନିନା'ର ଅସ୍ଥାୟୀ ଶୀତଳ ପ୍ରଭାବ ଅର୍ଥାତ୍ ଥଣ୍ଡା କରାଇବାର ପ୍ରଭାବ  ଯୋଗୁ  ବିଶ୍ୱର ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ବି ହାରାହାରି ଉପରେ ରହିବାର ସମ୍ଭାବନା ଅଛିଆପଣଙ୍କୁ କହି ରଖୁଛୁ ଯେ 'ଲା ନିନା' ଏବଂ 'ଏଲ ନିନୋ' ପ୍ରଶାନ୍ତ ମହାସାଗରର ଜଳବାୟୁ ଚକ୍ରର ଦୁଇଟି ବିପରୀତ ପର୍ଯ୍ୟାୟଏଲ ନିନୋ ପେରୁ ନିକଟସମୁଦ୍ର ଜଳର ସାମୟିକ ଉଷ୍ଣତାକୁ ବୁଝାଏ, ଯାହା ପ୍ରାୟତଃ ଭାରତରେ ମୌସୁମୀକୁ ଦୁର୍ବଳ କରିଦିଏ ଏବଂ ଏହି କାରଣ ପାଇଁ ଥଣ୍ଡାରେ ଗରମ ଅନୁଭୂତ ହୋଇଥାଏ ଅନ୍ୟପକ୍ଷରେ, ଲା ନିନା ଜଳକୁ ଥଣ୍ଡା କରିଥାଏ, ଯାହା ସାଧାରଣତଃ ଭାରତରେ ପ୍ରବଳ ମୌସୁମୀ ଏବଂ ମୁଷଳଧାରାରେ ବର୍ଷା କରିଥାଏ। ଏହା ସହିତ, ଶୀତ ଋତୁରେ ଅନ୍ୟ ବର୍ଷ ତୁଳନାରେ ତୁଳନାତ୍ମକ ଭାବରେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏଏଲ୍ ନିନୋ ସାଧାରଣତଃ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ରହେ ନାହିଁ, ଯେତେବେଳେ 'ଲା ନିନା' ଗୋଟିଏରୁ ତିନି ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ୱ ପାଣିପାଗ ସଂଗଠନ ଅନୁସାରେ 'ଲା ନିନା' ଏବଂ 'ଏଲ୍ ନିନୋ' ଭଳି ପ୍ରାକୃତିକ ଭାବରେ ଘଟୁଥିବା ଜଳବାୟୁ ଘଟଣାଗୁଡ଼ିକ ମାନବଜାତୀୟ ଜଳବାୟୁ ପରିବର୍ତ୍ତନର ବ୍ୟାପକ ପରିପ୍ରେକ୍ଷୀରେ ଘଟେଯାହା ବିଶ୍ୱ ତାପମାତ୍ରା ବୃଦ୍ଧି କରୁଛିଏହା ସହ  ଋତୁକାଳୀନ ବର୍ଷା ଏବଂ ତାପମାତ୍ରାର ଢାଞ୍ଚାକୁ ପରିବର୍ତ୍ତନ କରୁଛି।

ବିଶ୍ବ ପାଣିପାଗ ସଂଗଠନର ମହାସଚିବ ସେଲେଷ୍ଟ ସାଓଲୋ କହିଛନ୍ତି, ଏଲନିନୋ ଏବଂ ଲାନିନୋ ହେଉଛି ମହାସାଗରରେ ପ୍ରକୃତିକ ଭାବେ ସୃଷ୍ଟି ହେଉଥିବା ଜଳବାୟୁ ଘଟଣା । ଏହା ସାମାନ୍ୟ ଜଳବାୟୁକୁ ପ୍ରଭାବିତ କରିଥାଏ । ଏହା ଦ୍ବାରା କୃଷି, ଉର୍ଜା, ସ୍ବାସ୍ଥ୍ୟ ଏବଂ ପରିବହନ ଆଦି ପ୍ରମୁଖ କ୍ଷେତ୍ର ପ୍ରଭାବିତ ହୋଇଥାଏ । ଡବ୍ଲୁଏମଓର ପୂର୍ବାନୁମାନ ଦ୍ବାରା ଲକ୍ଷାଧିକ ଡାଲାର ସମ୍ପତ୍ତି ନଷ୍ଟ ହେବାରୁ ବର୍ତ୍ତି ଯାଇଥାଏ ପ୍ରାକୃତିକ ବିପର୍ଯ୍ୟୟରୁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଏ । ହେଲେ ଭୂ-ପୃଷ୍ଠରେ ଜଳବାୟୁ ପରିବର୍ତ୍ତନର ଏକ ମାତ୍ର କାରକ ଏଲନିନୋ କିମ୍ବା ଲାନିନୋ ନୁହେଁ ...