ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଟଳିବା ନେଇ ବାଚସ୍ପତି ଓମ ବିରଳାଙ୍କ ବଡ଼ ଦାବି, ଜାଣନ୍ତୁ କହିଲେ କ’ଣ?

NEWS7
heavy-rainfall-in-parts-of-odisha-from-today

ନୂଆଦିଲ୍ଲୀ ୫।୪: ଲୋକସଭା ବାଚସ୍ପତି ଓମ ବିରଳା ସଦନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଟଳିବା ନେଇ ଗୁରୁବାର ବଡ଼ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବୁଧବାର ଅପରାହ୍ନ ୫ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦକୁ ସମ୍ବୋଧିତ କରିବାର ଥିଲା। ହେଲେ ଶେଷ ସମୟରେ ଏହାକୁ ଟାଳି ଦିଆଯାଇଥିଲା। ଏହାର କାରଣ ୫ ଫେବୃଆରୀ ଗୁରୁବାର ସାମ୍ନାକୁ ଆସିଛି। ଲୋକସଭା ବାଚସ୍ପତି ଓମ ବିରଳା ନିଜ ପୀଠରେ ବସି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅପ୍ରତ୍ୟାସିତ ଘଟଣା ଘଟିବାର ଆଶଙ୍କା ଥିଲା, ଏଥିଲାଗି ସେ ସଦନକୁ ନ ଆସନ୍ତୁ ବୋଲି ଆଗ୍ରହ କରାଯାଇଥିଲା।

ଗୁରୁବାର ଲୋକସଭା କାର୍ଯ୍ୟକ୍ରମ କାଳରେ ବାଚସ୍ପଚି ଓମ ବିରଳା କହିଛନ୍ତି ଯେ ପରିସ୍ଥିତିକୁ ଦେଖି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଂସଦକୁ ନ ଆସିବାକୁ ଆଗ୍ରହ କରିଥିଲି ଓ ସେ ଏହାକୁ ମାନିଥିଲେ। ଏହି ଅବସରରେ ବାଚସ୍ପତି କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। କହିଛନ୍ତି ଯେ ପୋଷ୍ଟର ନେଇ ଆସିଲେ ସଂସଦରେ କାର୍ଯ୍ୟକ୍ରମ ଚାଲି ପାରିବନି। ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବୁଧବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିଲା। ଏଥିରେ ଲୋକସଭା ବାଚସ୍ପତି ଓମ ବିରଳା ଧ୍ୱନୀମତ ଆହ୍ୱାନ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗୃହକୁ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧିତ କରିଥାନ୍ତେ। ହେଲେ ଗୃହକାର୍ଯ୍ୟରେ ବିରୋଧି ବାରମ୍ବାର ବାଧା ଦେବାରୁ ବାଚସ୍ପତି ଲୋକସଭା ସ୍ଥଗିତ କରିଦେଇଥିଲେ। ତେବେ ଗୁରୁବାର ଓମ ବିରଳାଙ୍କ ବୟାନ ପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି (ଭଦ୍ରା) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ବାଚସ୍ପତିଙ୍କ ପଛରେ ଲୁଚୁଛନ୍ତି’। କାଲି ସଦନକୁ ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ସାହସ ହେଲାନି, କାରଣ ୩ ଜଣ ମହିଳା ବାଚସ୍ପତିଙ୍କ ସାମ୍ନାରେ ଛିଡା ହୋଇ ରହିଥିଲେ। ଗୃହରେ କୌଣସି ଚର୍ଚ୍ଚା ହେଉ ନାହିଁ। କାରଣ ସରକାର ଚାହୁଁ ନାହାନ୍ତି ସଦନରେ କୌଣସି ଚର୍ଚ୍ଚା ହେଉ।

ଉଲ୍ଲେଖଯୋଗ୍ୟ ୟେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଭାଷଣ ଦେବେ। ଏହାକୁ ନେଇ ନିଲମ୍ବିତ କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବିଚାର ରଖିବାକୁ ଅନୁମତି ନ ମିଳିଛି, ସେ ପର୍ଯ୍ୟନ୍ତ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ସଦନକୁ ସମ୍ବୋଧିତ କରିବାକୁ ଦେବନି। ଏହା ସହିତ ଟାଗୋର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ଧ୍ୱନୀମତରେ ଗୃହୀତ କରାଇଥିବାରୁ ସମାଲୋଚନା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ:-ନିର୍ଦ୍ଧାରିତ ଥିଲା ପିଏମ୍ ମୋଦୀଙ୍କ ଭାଷଣ, ତଥାପି ସ୍ଥଗିତ ହେଲା ଲୋକସଭା; ହଙ୍ଗମା ଯୋଗୁ ଚାଲିପାରିଲାନି ଗୃହ