LIVE TV

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷାର ଅନୁମାନ

NEWS7
weather

ଭୁବନେଶ୍ୱର ୦୨।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛିଶୁକ୍ରବାର ସକାଳେ ଏହା ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ଲାଗିରହିଛି ।

ସେହିପରି ଗୁରୁବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ପୁରୀ ଓ ଜଗତସିଂପୁରକୁ ରେଡ୍ ଆଲର୍ଟ ଜାରି ହୋଇଛି । ବାକି ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେ଼ଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ପୁରୀ, ଗଞ୍ଜାମ୍ , ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ମଧ୍ୟ ପ୍ରଭାବିତ କରିପାରେ। ଲଘୁଚାପଜନିତ ବର୍ଷା ପାଇଁ ଦୁର୍ଗାପୂଜା ଓ ଦଶହରା ପାର୍ବଣକୁ ପ୍ରଭାବିତ କରିଛି । ରାଜ୍ୟରେ ଏଭଳି ବର୍ଷା ୬ ତାରିଖ ପର୍ଯ୍ୟନ୍ତ ସମ୍ଭାବନା ରହିଛି ।