ବେଆଇନ କ୍ଲିନିକ୍ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଚାଲିଛି ଯାଞ୍ଚ

Published By : Prameya-News7 Bureau | August 16, 2025 IST

ଗୁଣୁପୁର ୧୬।୮: ବେଆଇନ କ୍ଲିନିକ୍ ଚାଲିଥିବା ଅଭିଯୋଗରେ ରେଡ୍ । ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ ପୋଲିସ ମିଳିତ ଚଢାଉ କରିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ରାୟଗଡା ଜିଲ୍ଲା ଗୁଣପୁର କପିଳପୁର ଠାରେ ଥିବା ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରରେ ଚଢାଉ ଚାଲିଛି ।

ତେବେ ଏହି କ୍ଲିନିକ୍‌ଟି ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଚଢାଉ କରିଛି । ଚଢାଉ ଚାଲିଥିବା ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ଚଢାଉ ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ ଓ ପି କେ ମିଶ୍ର, ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ତଥା ପଦ୍ମପୁର ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ଚାଲିଛି ଚଢାଉ । ଗୁଣପୁର ଅଗ୍ନିଶମ ବାହିନୀ ଅଧିକାରୀ ରଜନୀକାନ୍ତ ଗଉଡ, ଗୁଣପୁର ପୋଲିସ ଏସଡିପିଓ ବାବୁଲି ନାୟକ ଉପସ୍ଥିତ ଏହ କ୍ଲିନିକ୍‌ଟି ଗୁଣପୁର ଉପଖଣ୍ଡସ୍ତରୀୟ ମେଡିକାଲ ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କର ରହିଥିବା ସୂଚନା ମିଳିଛି ।

You Can Read:

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆଉ କମ୍ପ୍ୟୁଟର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.