LIVE TV

ଆତ୍ମହତ୍ୟା କଲେ ହରିଆଣା ଏଡିଜି: ପଦୋନ୍ନତି ନେଇ ଉଠାଇଥିଲେ ପ୍ରଶ୍ନ, ଡିଜିପିଙ୍କ ବିରୁଦ୍ଧରେ ଆଣିଥିଲେ ନିର୍ଯାତନା ଅଭିଯୋଗ

NEWS7
Top Haryana cop dies by suicide

ଣ୍ଡିଗଡ଼: ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କଲେ ହରିୟାଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ୱାଇ ପୁରନ କୁମାର।  ମଙ୍ଗଳବାର ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ସୋମବାର ଦିନ ତାଙ୍କ ଗନମ୍ୟାନଙ୍କ ଠାରୁ ନେଇଥିବା ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଥିବା ଜଣାପଡ଼ିଛି। ପୋଲିସ ଦଳ ଏବଂ ଫୋରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ତଦନ୍ତ ଆରମ୍ଭ କରିଛନ୍ତି।

ଚଣ୍ଡିଗଡ଼ର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କନୱରଦୀପ କୌର ଘଟଣା ସମ୍ପର୍କରେ ମିଡିଆକୁ ସୂଚନା ଦେଇଛନ୍ତି। ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗୁଳିକାଣ୍ଡ ଘଟିଥିବା ସେକ୍ଟର ୧୧ ପୋଲିସ ଷ୍ଟେସନକୁ ସୂଚନା ଆସିଥିଲା ବୋଲି ସେ କହିଛନ୍ତି। ସୂଚନା ଦେଇ ସେ କହିଛନ୍ତି ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଛି। ସିଏଫ୍ଏସ୍ଏଲ୍ (କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ) ଦଳ ଘଟଣାସ୍ଥଳରେ ପହଞ୍ଚିଛି. ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ପରେ ଅଧିକ ତଥ୍ୟ ଜଣାପଡ଼ିବ।

ଘଟଣା ଘଟିବା ସମୟରେ, କୁମାରଙ୍କ ପତ୍ନୀ, ବରିଷ୍ଠ ଆଇଏଏସ୍ ଅଧିକାରୀ ଅମନୀତ ପି କୁମାର, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କ ନେତୃତ୍ୱରେ ଏକ ସରକାରୀ ପ୍ରତିନିଧିମଣ୍ଡଳୀର ଅଂଶ ଭାବରେ ଜାପାନରେ ଅଛନ୍ତିଯେହେତୁ ସେ ବିଦେଶରେ ଅଛନ୍ତି ତେଣୁ ଘଟଣା ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ତାଙ୍କ ଆତ୍ମହତ୍ୟାର କାରଣ ପାରିବାରିକ ଅସନ୍ତୋଷ କିମ୍ବା ବିଭାଗୀୟ ଚାପ ବା ଅନ୍ୟ କୌଣସି କାରଣ ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କ ପତ୍ନୀ ଜାପାନରୁ ଆସିବା ପରେ ହୁଏତ ସେ ତଦନ୍ତ ପରିସରକୁ ଆସିପାରନ୍ତି। ତେବେ ବିଭାଗୀୟ ଚାପ ତାଙ୍କ ମୃତ୍ୟୁ ପଛରେ କାରଣ ହେଇପାରେ ବୋଲି ପୂର୍ବ ଘଟଣାରୁ ଅନୁମାନ କରି ହେଉଛି।

ପଦୋନ୍ନତି ନେଇ ଉଠାଇଥିଲେ ପ୍ରଶ୍ନ, ଡିଜିପିଙ୍କ ବିରୁଦ୍ଧରେ ଆଣିଥିଲେ ନିର୍ଯାତନା ଅଭିଯୋଗ

୨୦୦୧ ବ୍ୟାଚର ଆଇପିଏସ ଅଧିକାରୀ ପୁରନ କୁମାରଙ୍କୁ ପୂର୍ବରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି, ରୋହତକ ରେଞ୍ଜ) ଭାବରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ରୋହତକର ସୁନାରିଆର ପୋଲିସ ତାଲିମ କେନ୍ଦ୍ରର ମହାନିରୀକ୍ଷକ ଭାବରେ ବଦଳି କରାଯାଇଥିଲା। ଏହି ଜେଲରେ ଯୌନ ନିର୍ଯାତନା ଏବଂ ଅନ୍ୟାନ୍ୟ ଅପରାଧ ମାମଲାରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ରଖାଯାଇଛି

ଗତ ବର୍ଷ, ହରିୟାଣା ଆଇପିଏସ୍ ଅଧିକାରୀ ୱାଇ. ପୁରନ କୁମାର କିଛି ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଅଧିକାରୀମାନେ ୧୯୯୧, ୧୯୯୬, ୧୯୯୭ ଏବଂ ୨୦୦୫ ବ୍ୟାଚର ଥିଲେ। ସେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଏହି ପଦୋନ୍ନତି ଅନୁଚିତ ଭାବରେ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଅର୍ଥ ବିଭାଗ ଗୃହ ମନ୍ତ୍ରଣାଳୟର ନିୟମକୁ ଅଣଦେଖା କରି ନିଜସ୍ୱ ପଦୋନ୍ନତିକୁ ଅନୁମୋଦନ କରିଛି।

ଚିଠିରେ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ୧୧ ଅକ୍ଟୋବର ୨୦୨୨ରେ ସେ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଥିଲେ ଯେ ୨୦୦୧ ବ୍ୟାଚର ଅଧିକାରୀମାନଙ୍କୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସରଣ କରି ଡିଆଇଜି ପଦବୀକୁ ପଦୋନ୍ନତି ଦିଆଯିବା ଉଚିତ। ସେ ଅନୁରୋଧ କରିଥିଲେ ଯେ ସେମାନଙ୍କର ଦରମା ସଂଶୋଧନ କରାଯାଉ ଏବଂ ଯେକୌଣସି ବକେୟା ପାଉଣା ପ୍ରଦାନ କରାଯାଉ।

ଆଉ ଏକ ବଡ଼ କଥା ହେଲା ୱାଇ ପୁରନ କୁମାର ପୂର୍ବତନ ଡିଜିପି ମନୋଜ ଯାଦବଙ୍କ ବିରୁଦ୍ଧରେ ଅମ୍ବାଲାର ଏସପିଙ୍କ ନିକଟରେ ନିର୍ଯାତନା ଅଭିଯୋଗ କରିଥିଲେ। ଏସସି/ଏସଟି ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ। ଅଭିଯୋଗ କରି ସେ କହିଥିଲେ ଯେ ୩ ଅଗଷ୍ଟ ୨୦୨୦ରେ, ଏକ ସାଧାରଣ ଛୁଟି ଦିନରେ ସେ ଶାହଜାଦପୁର ପୋଲିସ ଷ୍ଟେସନରେ ଥିବା ମନ୍ଦିରକୁ ପ୍ରାର୍ଥନା କରିବାକୁ ଆସିଥିଲେ। ସେହି ଦିନ, ତତ୍କାଳୀନ ଏସପି ଅଭିଷେକ ଜୋରୱାଲ ମଧ୍ୟ ମନ୍ଦିରରେ ଉପସ୍ଥିତ ଥିଲେ।

୧୭ ଅଗଷ୍ଟ ୨୦୨୦ରେ, ପୂର୍ବତନ ଡିଜିପି ମନୋଜ ଯାଦବ ତାଙ୍କୁ ଏକ ଚିଠି ପଠାଇଥିଲେଯେଉଁଥିରେ ପୋଲିସ ଷ୍ଟେସନରେ ମନ୍ଦିର ପ୍ରତିଷ୍ଠା କରିବା ପୂର୍ବରୁ ସରକାରୀ ଅନୁମୋଦନ ନିଆଯାଇଥିଲା କି ନାହିଁ ପଚାରିଥିଲେ। ପୁରନ କୁମାର କହିଥିଲେ ଯେ ଏହି ମାମଲାରେ ତାଙ୍କୁ ବହୁତ ହଇରାଣ କରାଯାଇଥିଲା।