LIVE TV

୩୫ ବର୍ଷର ରେକର୍ଡ ଭାଙ୍ଗିଲା ମାରୁତି, GST ୨.୦ର ପ୍ରଥମ ଦିନରେ ଅନେକ ସେକ୍ଟରରେ ବମ୍ପର ବିକ୍ରି, ବଜାରରେ ଉତ୍ସାହ

NEWS7
CAR

 ନୂଆଦିଲ୍ଲୀ: ଜିଏସଟି ୨.୦ ବଜାରକୁ ଉତ୍ସାହରେ ଭରି ଦେଇଛି । ସୋମବାର, ସେପ୍ଟେମ୍ବର ରେ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ସାରା ଦେଶରେ ଅଟୋ ସେକ୍ଟରରେ ବମ୍ପର ବିକ୍ରି ହୋଇଥିଲା । ଏପରିକି ବିକ୍ରିରେ ନୂତନ ରେକର୍ଡ ମଧ୍ୟ ହୋଇଛି । ସୋମବାର ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ମଧ୍ୟବିତ୍ତ ବର୍ଗ, ନିଓ ମିଡିଲ୍ କ୍ଲାସ୍, ଯୁବପିଢ଼ି, ଚାଷୀ ଏବଂ ମହିଳା ସମସ୍ତଙ୍କ ପାଇଁ ଏକ ଜିଏସଟି ବଜେଟ୍ ଉତ୍ସବ ଭାବରେ ଆରମ୍ଭ ହୋଇଥିଲା । ନବରାତ୍ରିର ପ୍ରଥମ ଦିନରେ ଜିଏସଟି ହାର ହ୍ରାସ ଏବଂ ପାର୍ବଣ ରିହାତି ଯୋଗୁ ଅନେକ କ୍ଷେତ୍ରରେ ରେକର୍ଡ ବିକ୍ରି ହୋଇଛି । କାର ଶୋ'ରୁମ୍‌ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ଅନଲାଇନ୍ କାର୍ଟ ଅର୍ଡରରେ ଭରି ରହିଛି ଓ ପାର୍ବଣ ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି ।

PIB ଦ୍ୱାରା ଜାରି ଏକ ପ୍ରେସ୍ ନୋଟ୍ ଅନୁଯାୟୀ: ଅଟୋମୋବାଇଲ୍ କ୍ଷେତ୍ରରେ ରେକର୍ଡ ବିକ୍ରି ହୋଇଛି

  • ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ, ମାରୁତି ୮୦,୦୦୦ ଇନକ୍ୱାଇରୀ ରେକର୍ଡ କରିଛି ​​ଏବଂ ୩୦,୦୦୦ କାର ଡେଲିଭରି କରିଥିଲା । ଗତ ୩୫ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ଥିଲା ସର୍ବାଧିକ ବିକ୍ରି ।
  • ପାର୍ବଣ ଋତୁ ତୁଳନାରେ ଛୋଟ କାରର ବୁକିଂ ୫୦% ବୃଦ୍ଧି ପାଇଛି ।
  • ହୁଣ୍ଡାଇର ଡିଲର ବିଲିଂ ମଧ୍ୟ ବୃଦ୍ଧି ପାଇଛି । ସୋମବାର ଗୋଟିଏ ଦିନରେ ୧୧,୦୦୦ ବୃଦ୍ଧି ପାଇଥିଲା, ଯାହା ୫ ବର୍ଷ ମଧ୍ୟରେ ସବୁଠୁ ଅଧିକ ।
  • ଟାଟା ମୋଟର୍ସ ନବରାତ୍ରିର ପ୍ରଥମ ଦିନରେ ୧୦,୦୦୦ କାର ଡେଲିଭରି ଏବଂ ୨୫,୦୦୦ରୁ ଅଧିକ ଇନକ୍ୱାଇରୀ ରେକର୍ଡ କରିଛି । ଶୋ'ରୁମ୍‌ରକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

ଏନଡିଟିଭି ରିପୋର୍ଟ ଅନୁସାରେ, ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକଚର୍ସ (ସିଆମ୍)ର ସଭାପତି ଶୈଳେଶ ଚନ୍ଦ୍ର କହିଛନ୍ତି, "ପାର୍ବଣ ଋତୁର ଆରମ୍ଭ ଉତ୍ସାହଜନକ ରହିଛି । ଜିଏସଟି ହ୍ରାସ ଏବଂ ସ୍ପେଶାଲ ଅଫର ଗ୍ରାହକଙ୍କ ଆଗ୍ରହକୁ ବଢାଇଛି । କେବଳ ପ୍ରଥମ ଦୁଇ ଦିନରେ, ଦେଶବ୍ୟାପୀ ଅଟୋ ଡିଲରସିପକୁ ଅଭୂତପୂର୍ବ ଭାବେ ଗ୍ରାହକ ଆସୁଛନ୍ତି । ଅଧିକାଂଶ ସେଗମେଣ୍ଟରେ ରେକର୍ଡ ଡେଲିଭରି ହେଉଛି ।"

ସୋମବାର ଫ୍ଲିପକାର୍ଟ ଏବଂ ଆମାଜନ ଲୟାଲ୍ଟି ପ୍ରୋଗ୍ରାମ୍ ୟୁଜର ପାଇଁ ନିଜ ସେଲ୍ ଇଭେଣ୍ଟ ଆରମ୍ଭ କରିଥିଲେ । ଫ୍ୟାଶନ୍ ବ୍ରାଣ୍ଡ "ଦି ପାଣ୍ଟ୍ ପ୍ରୋଜେକ୍ଟ"ରେ ଗତ ବର୍ଷ ତୁଳନାରେ ୧୫-୨୦% ବୃଦ୍ଧି ପାଇଛି । ସେହିପରି ସାଡୋ ଏଟେଲ୍ ଗତ ସପ୍ତାହ ତୁଳନାରେ ଘରୋଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ଷେତ୍ରରେ ୧୫୧% ବୃଦ୍ଧି ରେକର୍ଡ କରିଛି । ସ୍ନିଚ୍ ଭଳି ଫ୍ୟାଶନ୍ ବ୍ରାଣ୍ଡର ଅନଲାଇନ୍ ଅର୍ଡରରେ ୪୦% ବୃଦ୍ଧି ପାଇଛି ।

ଜିଏସଟି ୨.୦ରେ ଇଲେକ୍ଟ୍ରୋନିକ୍ସ ସେକ୍ଟରରେ ବି ଅଧିକ ଉତ୍ସାହ ରହିଛି । ଚାହିଦାରେ ଥିବା ଘରୋଇ ସାମଗ୍ରୀ ମୂଲ୍ୟ ହ୍ରାସର ଲାଭ ପାଇଁ ଗ୍ରାହକ ଷ୍ଟୋରକୁ ଆସୁଛନ୍ତି । ସ୍ପ୍ଲିଟ୍ ଏସି ମୂଲ୍ୟ ୫,୦୦୦ରୁ ୧୦,୦୦୦ ଯାଏ ହ୍ରାସ ପାଇଛି । ଅନ୍ୟପଟେ ଦାମୀ ଟିଭି ମୂଲ୍ୟ ୮୫,୦୦୦ ପର୍ଯ୍ୟନ୍ତ ହ୍ରାସ ପାଇଛି । ସେପ୍ଟେମ୍ବର ୨୨ରେ, ହାୟର ଭଳି କମ୍ପାନିଗୁଡ଼ିକ ଅନ୍ୟ ସୋମବାର ତୁଳନାରେ ପ୍ରାୟ ଦୁଇଗୁଣ ବିକ୍ରି ରେକର୍ଡ କରିଥିଲେ । ନୂଆ ଦର ଲାଗୁ ହେବା ପୂର୍ବରୁ ଅନେକ ପ୍ରି-ବୁକିଂ  କରିଥିଲେ । ବ୍ଲୁ ଷ୍ଟାର ଆକଳନ କରିଛି ଯେ ଜିଏସଟି ୨.୦ର ପ୍ରଥମ ଦିନରେ ବିକ୍ରି ଗତ ବର୍ଷର ସମାନ ଦିନ ତୁଳନାରେ ପ୍ରାୟ ୨୦% ଅଧିକ ଥିଲା । ବିଶେଷକରି ୪୩-ଇଞ୍ଚ ଏବଂ ୫୫-ଇଞ୍ଚ ସେଗମେଣ୍ଟରେ ଟିଭି ବିକ୍ରି ମଧ୍ୟ ବୃଦ୍ଧି ପାଇଛି ।