କମେଣ୍ଟ ମରାକୁ ନେଇ ଦୁଇ ପଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜାଳି ଦେଲେ ତିନି ବାଇକ

Published By : Prameya-News7 Bureau | July 08, 2024 IST

ନୂଆପଡା ୦୮/୦୭: କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ । ନୂଆପଡାରେ ଦୁଇ ପଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜାଳି ଦେଲେ ତିନି ବାଇକ। ସ୍ଥାନୀୟ ସହିସପଡ଼ାର କିଛି ଯୁବକ ତେଲିପଡ଼ାକୁ ଆସି ଦାଦାଗିରି କରୁଥିବା ବେଳେ ପଡ଼ା ଲୋକେ ପ୍ରତିବାଦ କରିଥିଲେ । 

ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ସହିସ ପଡ଼ାର ତିନି ବାଇକ ଜଳିପୋଡି ନଷ୍ଟ। ସହିସ ପଡ଼ାର ଯୁବକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ନୂଆପଡା ଥାନା ଘେରାଉ କଲେ ତେଲିପଡ଼ାର ଶତାଧିକ ମହିଳା ପୁରୁଷ । ସେପଟେ ସହିସ ପଡ଼ାର ତିନି ଯୁବକ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣା ସ୍ଥଳରେ ନୂଆପଡା ଏସପି ଜି.ଆର ରାଘବେନ୍ଦ୍ର।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.