ନୂଆ ଆଧାର ଆପ୍ ଲଞ୍ଚ: ଦରକାର ପଡ଼ିବନି ଆଧାର କାର୍ଡ ଓ କିମ୍ବା ଫଟୋ କପି

Published By : Prameya-News7 Bureau | April 09, 2025 IST

internet

ନୂଆଦିଲ୍ଲୀ: ଆଧାର କାର୍ଡ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ଆପଣଙ୍କୁ ବିମାନବନ୍ଦର, ହୋଟେଲ କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟକୁ ଆଧାର କାର୍ଡ କିମ୍ବା ଏହାର ଫଟୋକପି ଧରି ଯିବାକୁ ପଡ଼ିବନି। କାରଣ ସରକାର ଏକ ନୂଆ ଆଧାର ଅଥେଣ୍ଟିକେସନ ଆପ୍ ଲଞ୍ଚ କରିଛନ୍ତି। ଏଥିରେ ଆପଣ ନିଜର ପ୍ରମାଣ ଦେଇପାରିବେ। ତେବେ ବର୍ତ୍ତମାନ ଏହି ଆପ୍‌ଟି ଭିଟା ଭର୍ଜନରେ ଅଛି। ଏହି ଆପ୍‌ର ମୂଖ୍ଯ ଉଦ୍ଦେଶ୍ୟ ଡାଟା ପ୍ରାଇଭେସୀକୁ କାଏମ ରଖିବା ଓ ଭେରିଫିକେସନ କାମ ସହଜ କରିବା।

ଣ ଏହି ନୂଆ ଆଧାର ଆପ୍ ?

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଏହି ନୂଆ ଆପ୍ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ଡେମୋ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପ୍ କିପରି କାମ କରିଛି ତାହା ଦର୍ଶାଇଯାଇଛି। ଏହି ଆପ୍ ୟୁପିଆଇ ପରି ବହୁତ ସରଳ ଏବଂ ବ୍ୟବହାରକାରୀ-ଅନୁକୂଳ ହେବ। ଏଥିରେ, ଉପଭୋକ୍ତାଙ୍କୁ କେବଳ ଏକ QR କୋଡ୍ ସ୍କାନ୍ କରିବାକୁ ପଡିବ, ଏବଂ ତା’ପରେ ଆପ୍ ସେଲ୍ଫି କ୍ୟାମେରାରେ ବ୍ୟକ୍ତି ମୁହଁକୁ ସ୍କାନ କରି ତାଙ୍କର ଆଧାର ପରିଚୟ ଭେରିଫାଏ କରିଦେବ। ଏଥିରେ ନା କାହାକୁ କାର୍ଡ ଦେଖାଇବାକୁ ପଡିବ ନା କୌଣସି ଫଟୋକପି ଦେବାକୁ ପଡିବ। କେବଳ ସ୍କାନ କର ଆଉ କାମ ସାର। ୟୁପିଆଇ ପରି ଭେରିଫିକେସନ କାମ ବି ଏହି ଆପ୍ ଦ୍ୱାରା ଚୁଟ୍‌କିରେ ହେଇଯିବ। 



ଆପ୍‌ଟି କେମିତି କାମ କରିବ ଆସନ୍ତୁ ଗୋଟିଏ ପରେ ଗୋଟିଏ ପଏଣ୍ଟରେ ଜାଣିବା।

ଯେଉଁଠି ଆପଣଙ୍କର ପରିଚୟ ଆବଶ୍ୟକ ଥିବା ସେଠି ଏକ QR କୋଡ୍ ଥିବା। ଏହି କୋଡ୍‌ରେ ଆପଣଙ୍କ ଆପ୍‌ରେ ସ୍କାନ୍ କରିବାକୁ ପଡ଼ିବ। ଏହାପରେ ଆପ୍‌ ଆପେ ଆପେ ବ୍ୟକ୍ତିଙ୍କର ମୋବାଇଲ୍‌ର ସେଲ୍‌ଫି କ୍ୟାମେରା ଅନ୍ କରି ବ୍ୟକ୍ତିଙ୍କ ସେଲ୍‌ଫୀ ନେବ ଓ ଏହାକୁ UIDAI ଡାଟା ସହିତ ମେଳାଇବ। ଯେତିକି ଡାଟା ଦରକାର ଆପ୍ କେବଳ ସେତିକି ଡାଟା ହିଁ ଦେବ। ଫଳରେ ବ୍ୟକ୍ତିଙ୍କ ପ୍ରାଇଭେସି ବି ରହିବ।  

ଏହାର ଲାଭ କ?

• ଡାଟା ଗୋପନୀୟତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ: ଏହି ଆପରେ କେବଳ ଆବଶ୍ୟକୀୟ ସୂଚନା ଶେୟାର କରାଯିବ।
• କୌଣସି ଅଫିସ୍ କିମ୍ବା ଦରକାରୀ ସ୍ଥାନକୁ ଆଧାର କାର୍ଡ କିମ୍ବା ଏହାର ଫଟୋ କପି ଧରି ଯିବାକୁ ପଡ଼ିବନି।
• ଏଥିରେ କୌଣସି ପ୍ରକାର ନକଲି ଡକ୍ୟୁମେଣ୍ଟ ଦେଇ ଠକାଯାଇ ପାରିବ ନାହିଁ। ଫେସ୍ ଅଥେଣ୍ଟିକେସନରେ ସବୁ ଧରାପଡ଼ିବ। 
• ଆପଣଙ୍କ ସୂଚନା କୌଣସି ବ୍ୟକ୍ତିଙ୍କ ହାତରେ ପଡ଼ିବ ନାହିଁ। ଫଳରେ ସାଇବର ଠକେଇରୁ ସୁରକ୍ଷା ମିଳିବ। 
• ଡିଜିଟାଲ ଇଣ୍ଡିଆ ଆଡ଼କୁ ଏହା ଆଉ ଏକ ସଫଳ ପଦକ୍ଷେପ। ଦେଶର ସାଧାରଣ ନାଗରିକ ଟେକ୍ନୋଲୋଜୀ ସହ ଆଉଟିକେ ଯୋଡ଼ି ହେବ। 

ପଢନ୍ତୁ- ପବନ ଓ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନରେ ବିଶ୍ୱରେ ତୃତୀୟ ହେଲା ଭାରତ, ପଛରେ ପଡ଼ିଲା ଜର୍ମାନୀ: ରିପୋର୍ଟ

ଏହାର ସୀମା ଏବଂ ସତର୍କତା କ?

• ବର୍ତ୍ତମାନ ବିଟା ଭର୍ଜନରେ ଅଛି: ଏହି ଆପ୍ ବର୍ତ୍ତମାନ ପରୀକ୍ଷଣ ମୋଡରେ ଅଛି। ଏହା ଏପର୍ଯ୍ୟନ୍ତ ଗୁଗୁଲ୍ ପ୍ଲେ ଷ୍ଟୋରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇନାହିଁ।
• ନକଲି ଆପ୍ସ ପ୍ରତି ସାବଧାନ ରୁହନ୍ତୁ: ଯଦି କେହି ଆପଣଙ୍କୁ କଲ୍ କିମ୍ବା ଲିଙ୍କ୍ ମାଧ୍ୟମରେ ଆପ୍ ଡାଉନଲୋଡ୍ କରିବାକୁ କୁହେ, ତେବେ ସତର୍କ ରୁହନ୍ତୁ। ସର୍ବଦା UIDAIର ସରକାରୀ ସୋର୍ସରୁ ଆପ୍ ଡାଉନଲୋଡ୍ କରନ୍ତୁ।
• ଇଣ୍ଟରନେଟ୍ ସଂଯୋଗ ଆବଶ୍ୟକ: ଏହି ଆପ୍ ସମ୍ପୂର୍ଣ୍ଣ ଡିଜିଟାଲ୍, ତେଣୁ ଭଲ ଇଣ୍ଟରନେଟ୍ ସ୍ପିଡ୍ ଆବଶ୍ୟକ ହେବ।
ଫେସ୍ ରିକଗ୍ନିଶନର ସୀମା: କମ୍ ଆଲୋକ କିମ୍ବା ବୟସ୍କ ଲୋକଙ୍କ ପାଇଁ ମୁହଁ ସ୍କାନ କରିବା ସମସ୍ୟା ସୃଷ୍ଟି ହୋଇପାରେ।

ଏବେ ପରିଚୟ ପ୍ରମାଣ ପତ୍ର ଦେବାକୁ ଆପଙ୍କୁ ପ୍ରତ୍ୟେକ ଥର ଆଧାରର ଫଟୋକପି ଦେବା ଆବଶ୍ୟକ ନାହିଁ।  ହୋଟେଲ ଚେକ୍-ଇନ୍, ଫ୍ଲାଇଟ୍ ବୋର୍ଡିଂ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ଅଫିସରେ ଯାଞ୍ଚ - ଏହି ଆପ୍ ମାଧ୍ୟମରେ ଆପଣ ସବୁଠି ସହଜରେ ଆପଣଙ୍କର ପରିଚୟ ପ୍ରମାଣ ଦେଇପାରିବେ। ଗୋଟିଏ ପଟେ, ଏହା ଡିଜିଟାଲ ଇଣ୍ଡିଆକୁ ମଜବୁତ କରିବ, ଅନ୍ୟପଟେ ସାଧାରଣ ଲୋକଙ୍କ ଗୋପନୀୟତା ମଧ୍ୟ ସୁରକ୍ଷିତ ରହିବ।

ପଢ଼ନ୍ତୁ- ଭାରତରୁ ରପ୍ତାନୀରେ ରେକର୍ଡ ଭାଙ୍ଗିଲା ଆପଲ: କେବଳ ମାର୍ଚ୍ଚ ମାସରେ ୧୩% ବୃଦ୍ଧି

ନୂଆ ଆଧାର ଆପ୍ ଦେଶରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଯଦିଓ ଏହା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ତଥାପି ଏହା ଭବିଷ୍ୟତରେ ପରିଚୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ବହୁ ପରିମାଣରେ ଦୂର କରିପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ସତର୍କତାର ସହିତ ବ୍ୟବହାର କରନ୍ତୁ ଏବଂ କୌଣସି ନକଲି କଲ୍ କିମ୍ବା ଲିଙ୍କ୍ ଠାରୁ ଦୂରେଇ ରୁହନ୍ତୁ। ଆଧାର ଆପ୍ କହି ସାଇବର ଠକମାନେ ଅଯଥା QR କୋଡ୍‌ରେ ସ୍କାନ କରି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଠକେଇ କରିପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ଦେବ ଯତ୍ନବାନ ନାଗରିକର କର୍ତ୍ତବ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.