ଭୁବନେଶ୍ବର ୩୧।୭: ବ୍ରିଜ୍ ମେଣ୍ଟେନାନ୍ସ ପଲିସି ଉପରେ ସରକାରଙ୍କ ଫୋକସ୍ । ଗୁରୁବାର ବିଭାଗ ପକ୍ଷରୁ ଆଲୋଚନା ହୋଇଛି । ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ନୂଆ ଓ ପୁରୁଣା ବ୍ରିଜ୍ ଗୁଡିକର କିଭଳି ସମୟ ଅନୁସାରେ ମେଣ୍ଟେନ ହୋଇପାରିବ ଏ ସବୁକୁ ଦୃଷ୍ଟି ଦିଆଯିବ । ବ୍ରିଜ୍ କଣ୍ଡିସନ କ’ଣ ଅଛି, ସରଫେସ କ’ଣ ଅଛି ସେ ବିଷୟରେ ବର୍ଷକୁ ରିଭ୍ୟୁ କରାଯିବ । ଇଞ୍ଜିନିୟର ଯାଇ ଦେଖିବେ, ପରେ ରିପୋର୍ଟ ଦେବେ ବ୍ରିଜ୍ ଗୁଡିକ କେତେ ସୁରକ୍ଷିତ ଅଛି । ବ୍ରିଜରେ ଯଦି ତ୍ରୁଟି ଥିବ ଏଜେନ୍ସିକୁ ଜଣାଯାଇ କାମ ହେବ । ନଚେତ ସରକାର ଉଦ୍ୟମ କରିବେ । ଅନ୍ୟ ରାଜ୍ୟରେ ଯେଉଁଭଳି ବ୍ରିଜ ଭୁଶୁଡି ପଡିବା, ଅସୁରକ୍ଷିତ ବ୍ରିଜ, ବ୍ରିଜ ଝୁଲି ପଡିବା ଘଟଣା ସାମ୍ନାକୁ ଆସୁଛି କମ୍ ସେ କମ୍ ସେ ସ୍ଥିତି ଓଡ଼ିଶା ପ୍ରଦେଶର ବ୍ରିଜ ନ ହେଉ ସେ ନେଇ ଏହି ବ୍ରିଜ ପଲିସି ପ୍ରସ୍ତୁତ ହୋଇଛି ।
ସେହିପରି ଓଡ଼ିଶାରେ ଖୁବଶୀଘ୍ର ଆସିବାକୁ ଯାଉଛି ରୋଡ଼ ମେଣ୍ଟନାନ୍ସ ପଲିସି । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ପଲିସି ଆସିଲେ ରାସ୍ତା ଗୁଡିକର ମରାମତି ପାଇଁ ନିର୍ଦ୍ଧିଷ୍ଟ ନୀତି ପ୍ରଣୟନ ହେବ । ଓଡ଼ିଶା ରାସ୍ତା ଦୈର୍ଘ୍ୟ ଦୃଷ୍ଟିରୁ ହେଉ କି ମେଣ୍ଟନାନ୍ସ କ୍ଷେତ୍ରରେ କିଭଳି ସର୍ବ ଭାରତୀୟ ସ୍ତରକୁ ଯାଇପାରିବ ସେ ଉପରେ ସରକାର ଚିନ୍ତା କରିଛନ୍ତି ।
You Can Read:
ଧଳାଜହର କାରବାରରେ ୨୧ ଗିରଫ, ୨୧୩ ଗ୍ରାମ ବ୍ରାଉନ ସୁଗାର ସହ ୮ ଲକ୍ଷରୁ ଅଧିକ ଟଙ୍କା ଜବତ