ଭୁବନେଶ୍ବର ୨୯।୫: ରାଜଧାନୀରେ ୧୫ଲକ୍ଷ ଟଙ୍କାରେ ଘର ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରୟାସରେ ଏହାକୁ ତିଆରି କରାଯିବ । ବିଭିନ୍ନ ଘରୋଇ କ୍ଷେତ୍ର ସହଯୋଗରେ ଏହି ଶସ୍ତା ଘର ତିଆର ହେବ । ୧୫ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ ଟଙ୍କାରେ ଅଲଗା ଅଲଗା ବର୍ଗ ପାଇଁ ଘର ରହିବ । ଏ ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସହରରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । କେଉଁ ବର୍ଗର ଲୋକ ଆବେଦନ କରିପାରିବେ ତାହାର କ୍ରାଇଟେରିଆ ମଧ୍ୟ ରହିବ । ଧନୀକ ଶ୍ରେଣୀ ଲୋକ ଆବେଦନ କରିପାରିବେନି । ଉନ୍ନତ ମାନର ଘର ଯୋଗାଇବା ପାଇଁ ସରକାରଙ୍କ ଲକ୍ଷ୍ୟ । ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ । କୋଅପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇଅପ୍ କରିବେ ସରକାର । କୋଅପରେଟିଭ ବ୍ୟାଙ୍କ ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ଵ ନେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏହି ଘର ଗୁଡ଼ିକ ତିଆରି କରିବେ ସରକାର । କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ସହର ଗୁଡ଼ିକୁ ବିସ୍ତାର କରାଯିବ, ଲୋକଙ୍କୁ ଯୋଗାଯୋଗ ସୁବିଧା ମିଳିବ । ରାଜଧାନୀ ଜନଗହଳି ହେଲାଣି । ଲୋକ ଘର ପାଇଲେ ଭୁବନେଶ୍ୱର ସହର ବୃଦ୍ଧି ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ମ୍ୟୁନିସିପାଲିଟି ଅଞ୍ଚଳ ଗୁଡିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଦେବେ ସରକାର ।
ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । କାରଣ ଘର ଅଭାବ ହେଉଛି ବସ୍ତି ତିଆରି ହେବାର ମୁଖ୍ୟ କାରଣ । ତେଣୁ ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି ।
ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି ସରକାର । ପୁରୁଣା ଜାଗା ଥିବା ଲୋକ ମଧ୍ୟ ଉଚିତ ମୂଲ୍ୟ ପାଉଛନ୍ତି । ସ୍ଵତନ୍ତ୍ର ପ୍ଲାନିଂ ମାଧ୍ୟମରେ ସ୍ୱେରେଜ, ଡ୍ରେନେଜ, ରୋଡ଼, ଲାଇଟ ଭଳି ଆନୁଷଙ୍ଗୀକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇ ଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି ।
You Can Read:
ବାଙ୍କୋ ପଥର ଖଣିରୁ ଲୁଟ୍ ବିସ୍ଫୋରକର ଟେର୍ ପାଉନି ପୋଲିସ, ତଦନ୍ତ ଆରମ୍ଭ କଲା NIA ଟିମ୍